ବୁଲଢାଣାରେ ଟ୍ରକ-କାର ଧକ୍କାରେ ତିନିଜଣଙ୍କର ମୃତ୍ୟୁ ଏବଂ ଚାରି ଆହତ
ମୁମ୍ବାଇ 13 ମଇ (ହି.ସ)-ବୁଳଢାଣା ଜିଲ୍ଲାର ନାନ୍ଦୁରା ସହରରେ ମଙ୍ଗଳବାର ଦିନ ଭୋର ସମୟରେ ଜାତୀୟ ରାଜପଥରେ ଏକ ଟ୍ରକ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କାରରେ ଥିବା ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ଏହି ଦୁର୍ଘଟଣାରେ ଚାରିଜଣ ଆହତ ହୋ
ବୁଲଢାଣାରେ ଟ୍ରକ-କାର ଧକ୍କାରେ ତିନିଜଣଙ୍କର ମୃତ୍ୟୁ ଏବଂ ଚାରି ଆହତ


ମୁମ୍ବାଇ 13 ମଇ

(ହି.ସ)-ବୁଳଢାଣା ଜିଲ୍ଲାର ନାନ୍ଦୁରା ସହରରେ

ମଙ୍ଗଳବାର ଦିନ ଭୋର ସମୟରେ ଜାତୀୟ ରାଜପଥରେ ଏକ ଟ୍ରକ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା

ହେବା ଫଳରେ କାରରେ ଥିବା ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ଏହି ଦୁର୍ଘଟଣାରେ ଚାରିଜଣ

ଆହତ ହୋଇଛନ୍ତି।ଆହତମାନଙ୍କୁ ଖାମଗାଓଁର ସରକାରୀ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି।ଏଥିମଧ୍ୟରୁ

ତିନିଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି।ଏହି ଘଟଣାର ତଦନ୍ତ ନାନ୍ଦୁରା ପୋଲିସ ଷ୍ଟେସନର

ଟିମ କରୁଛନ୍ତି।ପ୍ରାଥମିକ ସୁଚନା ଅନୁଯାୟୀ ବୁଲଢାଣାରେ ଜାତୀୟ ରାଜପଥ ସଂଖ୍ୟା 6ରେ ମଙ୍ଗଳବାର

ସକାଳ 4.30 ସମୟରେ ନାନ୍ଦୁରା ସହର ନିକଟ ଏକ ଏର୍ଟିଗା କାର ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ

ଧକ୍କା ହୋଇଥିଲା।ଧକ୍କା ଏତେ ଜୋରରେ ଥିଲା ଯେ କାରର ସାମ୍ନା ଭାଗ ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା।ଏହି

ଦୁର୍ଘଟଣାରେ କାରରେ ଥିବା ତିନିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ଏବଂ ଅନ୍ୟମାନେ ଆହତ

ହୋଇଛନ୍ତି।କାରର ସମ୍ମୁଖ ଭାଗ ଚାପି ହୋଇଯିବାରୁ ଫସି ରହିଥିବା ଲୋକଙ୍କୁ ବହୁ କଷ୍ଟରେ ଉଦ୍ଧାର

କରାଯାଇଥିଲା।ତଥାପି ନାନ୍ଦୁରାରୁ ଆସିଥିବା ଜୀବନରକ୍ଷକ ଟିମ ଆହତ ଏବଂ ମୃତକଙ୍କୁ କାରରୁ ବାହାର

କରିବା ପାଇଁ ଦୁଇ ଘଣ୍ଟା ପର୍ଯ୍ୟନ୍ତ କଠିନ ପରିଶ୍ରମ କରିଥିଲେ।ଉଦ୍ଧାରକାରୀଦଳକୁ କାରର ଛାତର ସିଟ ମେଟଲ ଥିବା ଅଂଶ କାଟିବାକୁ ପଡିଲା।ଏହାପରେ

ମୃତକ ଏବଂ ଆହତଙ୍କୁ ବାହାର କରାଯାଇପାରିଲା।ଆହତମାନଙ୍କୁ ଚିକିତ୍ସା ପାଇଁ ଖାମଗାଓଁ ସରକାରୀ

ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି।ଆହତମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ବୋଲି

କୁହାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande