ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ପତ୍ନୀ ଅନୁଷ୍କାଙ୍କ ସହିତ ମଥୁରାରେ ପହଂଚିଲେ ବିରାଟ, ପ୍ରେମାନନ୍ଦ ମହାରାଜଙ୍କର ନେଲେ ଆଶୀର୍ବାଦ
ମଥୁରା, 13 ମେ (ହି.ସ.) - ଭାରତୀୟ କ୍ରିକେଟର ବିରାଟ କୋହଲ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ମଙ୍ଗଳବାର ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ସନ୍ଥ ପ୍ରେମାନନ୍ଦଙ୍କ ଆଶୀର୍ବାଦ ନେବାକୁ ଶ୍ରୀରାଧା କେଲିକୁଂଜରେ ଆଶ୍ରମରେ ପହଂଚିଛନ୍ତି । ବିରାଟ୍ କୋହଲି ଓ ଅନୁଷ୍କା ଶର୍ମା ପ୍
ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ପତ୍ନୀ ଅନୁଷ୍କାଙ୍କ ସହିତ ମଥୁରାରେ ପହଂଚିଲେ ବିରାଟ,     ପ୍ରେମାନନ୍ଦ ମହାରାଜଙ୍କର ନେଲେ ଆଶୀର୍ବାଦ


ମଥୁରା, 13 ମେ (ହି.ସ.)

- ଭାରତୀୟ କ୍ରିକେଟର ବିରାଟ କୋହଲ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ

ମଙ୍ଗଳବାର ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ସନ୍ଥ ପ୍ରେମାନନ୍ଦଙ୍କ ଆଶୀର୍ବାଦ ନେବାକୁ

ଶ୍ରୀରାଧା କେଲିକୁଂଜରେ ଆଶ୍ରମରେ ପହଂଚିଛନ୍ତି ।

ବିରାଟ୍ କୋହଲି ଓ ଅନୁଷ୍କା ଶର୍ମା ପ୍ରାୟ ୧୫ ମିନିଟ୍ ସନ୍ଥ ପ୍ରେମାନନ୍ଦଙ୍କ ସହିତ

ଆଧ୍ୟାତ୍ମିକ ଆଲୋଚନା କରିଥିଲେ। ସେମାନେ ପ୍ରାୟ ଦୁଇ ଘଣ୍ଟା ୨୦ ମିନିଟ୍ ଯାଏଁ ଆଶ୍ରମରେ

ରହିଥିଲେ। ସନ୍ଥ ପ୍ରେମାନନ୍ଦ ବିରାଟ୍ ଓ ଅନୁଷ୍କାଙ୍କୁ ହୃଦୟରୁ ରାଧା ନାମ ଜପ

କରିବା ପାଇଁ ଆଶୀର୍ବାଦ ଦେଇଥିଲେ। ସେ କହିଥିଲେ ଯେ, ଯେତେବେଳେ ମନର ଗଭୀରତାରୁ

ରାଧା ନାମ ଜପ କରିବ, ସେତେବେଳେ ଜୀବନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଏହା ପରେ

ବିରାଟ୍ ଓ ଅନୁଷ୍କା ବାରାହଘାଟରେ ଅବସ୍ଥିତ ସନ୍ଥ ପ୍ରେମାନନ୍ଦଙ୍କ ଗୁରୁ ଗୌରାଙ୍ଗୀ ଶରଣଙ୍କ ଆଶ୍ରମକୁ

ଯାଇ ସେଠାରେ ମଧ୍ୟ ଆଶୀର୍ବାଦ ଗ୍ରହଣ କରିଥିଲେ।

ମଙ୍ଗଳବାର ସକାଳେ ରମଣରେତି ସ୍ଥିତ ଶ୍ରୀରାଧା କେଳିକୁଞ୍ଜରେ ପହଞ୍ଚିଥିବା ବିରାଟ୍ କୋହଲି ଓ

ଅନୁଷ୍କା ଶର୍ମା ସନ୍ତ ପ୍ରେମାନନ୍ଦଙ୍କ ସମ୍ନାରେ ଦଣ୍ଡବତ୍ ପ୍ରଣାମ କରିଥିଲେ। ସନ୍ଥ

ପ୍ରେମାନନ୍ଦ ପଚାରିଥିଲେ, “ପ୍ରସନ୍ନ ଅଛ?”

ଏହାପରେ

ବିରାଟ୍ ହସିକି କହିଲେ, “ଜୀ।” ଏହି ସମୟରେ ସନ୍ଥ

ପ୍ରେମାନନ୍ଦ ସେମାନଙ୍କୁ ଏକାଗ୍ର ମନରେ ରାଧା ନାମ ଜପ କରିବା ଓ ସର୍ବଦା ଆନନ୍ଦିତ ରହିବା ପାଇଁ

ଆଶୀର୍ବାଦ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande