ଯୋଡ଼ା, ୧୫ ମଇ (ହି.ସ.)- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ଦ୍ୱାରା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ସୀମାନ୍ତ ଖଣି ଅଞ୍ଚଳ ବଲାଣିରେ ରହିଥିବା ଅଗ୍ରଣୀ ଶିକ୍ଷା କେନ୍ଦ୍ର ଡିଏଭି ବଲାଣି ପବ୍ଲିକ ସ୍କୁଲର ପରୀକ୍ଷା ଫଳ ସନ୍ତୋଷଜନକ ରହିଛି । ଏହି ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷାରେ ମୋଟ ୫୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୯୬.୫୫ ପ୍ରତିଶତ ହାରରେ ୫୬ ଛାତ୍ରଛାତ୍ରୀ ଉତ୍ତୀର୍ଣ ହୋଇଛନ୍ତି। ଦଶମରେ ୯୮.୪ ପ୍ରତିଶତ ଅଙ୍କପ୍ରାପ୍ତ କରି ଅଞ୍ଜଶା ଫିର୍ଦୋଷ ବିଦ୍ୟାଳୟର ଟପ୍ପର ହୋଇଥିବା ବେଳେ ୯୪.୨ ପ୍ରତିଶତ ଅଙ୍କ ରଖି ଅଞ୍ଜଳି ଖୁଟେ ଦ୍ଵିତୀୟ ଓ ୯୩.୮ ପ୍ରତିଶତ ଅଙ୍କ ରଖି ଫଇଜାନ ଅଫ୍ରୋଜ଼ ଅହମଦ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ଦ୍ୱାଦଶ ବାଣିଜ୍ୟରେ ବିଦ୍ୟାଳୟର ପାସହର ଶତପ୍ରତିଶତ ରହିଛି । ବାଣିଜ୍ୟରେ ବିଦ୍ୟାଳୟର ସର୍ବମୋଟ ୩୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଶତପ୍ରତିଶତ ହାରରେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟର ଶ୍ୱେତା ଗୁପ୍ତା ୯୩.୮୦ ପ୍ରତିଶତ ଅଙ୍କରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି । ହରମଞ୍ଜିତ ସିଂହ ଓ ମହମ୍ମଦ ସୁଫିଆନ ଖାନ ଯଥାକ୍ରମେ ୮୫.୬୦ ପ୍ରତିଶତ ଓ ୮୪.୪୦ ପ୍ରତିଶତ ଅଙ୍କ ରଖି ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ଦ୍ୱାଦଶ ବିଜ୍ଞାନରେ ୨୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୫ ପ୍ରତିଶତ ହାରରେ ୧୫ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ସେଥିମଧ୍ୟରୁ ବିଦ୍ୟାଳୟ ର ଦିବ୍ୟରଞ୍ଜନ ବେହେରା ୯୦.୮୦ ପ୍ରତିଶତ ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି । ବିଦ୍ୟାଳୟର ଅମ୍ରିତା ସେଠି ଓ ଅନୁରାଗ ଖୁଟେ ଯଥାକ୍ରମେ ୮୯.୮୦ ପ୍ରତିଶତ ଓ ୮୯.୬୦ ପ୍ରତିଶତ ନମ୍ବର ରଖି ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବିଦ୍ୟାଳୟ ର ଫଳାଫଳକୁ ନେଇ ଅବିଭାବକ ମଧ୍ୟରେ ଖୁସିର ଲହର ଖେଳିଯାଇଥିବା ବେଳେ ଛାତ୍ରଛାତ୍ରୀ ମାନେ ସଫଳତା ନିମନ୍ତେ ନିଜର ପିତାମାତା ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶ୍ରେୟ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବାଶିଷ୍ ନନ୍ଦ