ଜୟପୁର, ୧୫ ମଇ (ହି.ସ.)- ରାଜ୍ୟର ଅର୍ଥନୈତିକ ସ୍ଥିତିର ଉନ୍ନତି ଆଣି ଜର୍ମାନୀ ସହ ସମକ୍ଷକ ହେବାକୁ ଲକ୍ଷ୍ୟ ରଖି ଯୋଜନା ପ୍ରସ୍ତୁତ କରିବା ପାଇଁ ଲୋକ ପ୍ରତିନିଧି ଓ ବିଭିନ୍ନ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନିଆଯାଇଛି । ୨୦୩୬ ରୁ ୨୦୪୭ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ପାଇଁ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ପାଇଁ କର୍ମଶାଳା କୋରାପୁଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଉପସ୍ଥିତ ପ୍ରତିନିଧିମାନେ ବହୁ ପରାମର୍ଶ ଦେଇଛନ୍ତି । ଏଥିରେ ଦକ୍ଷିଣାଞ୍ଚଳ ରାଜସ୍ବ ଅଞ୍ଚଳର ୮ଟି ଜିଲ୍ଲାର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ନୀତି ଆୟୋଗଙ୍କ ନିର୍ଦ୍ଦେଶ ମୁତାବକ ଯୋଜନା ପ୍ରସ୍ତୁତ କରି ତାର ସଠିକ୍ ଉପଯୋଗୀତା କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଦକ୍ଷିଣାଞ୍ଚଳରେ ମାଲ ନିଟ୍ରୁସନ୍, ନିମୋନିଆ ସ୍ଥିତି ଚିନ୍ତା ଜନକ ରହିଛି । ତାର ସୁଧାର ଆଣିବାକୁ ହେବ । ମହିଳାମାନଙ୍କ ସମ୍ପୃକ୍ତି ୭୦ ପ୍ରତିଶୃତି ରୁ ବୃଦ୍ଧି କରିବା , ସର୍ବ ନିମ୍ନ ଆୟୁଷ ସୀମା ୮୦ ବର୍ଷ ରହିବା ଚେଷ୍ଟା କରିବା , ଗରିବ ହାର ୫ପ୍ରତିଶତ କମାଇବା, ଏକ ଶହ ଲକ୍ଷ କୋଟି ପୁଞ୍ଜି ବିନିଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି । ୧କୋଟିରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ପ୍ରତି ବର୍ଷ ୫ ଲକ୍ଷ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଶେଷ କରି ମତ୍ସ୍ୟ ପଶୁ ପାଳନକୁ ଦ୍ଵିଗୁଣିତ କରିବା, ଶିଳ୍ପ, ପର୍ଯ୍ୟଟନ, ଦକ୍ଷତା ବିକାଶ, ଶିକ୍ଷା, ମହିଳା ସଶକ୍ତି କରଣ,ବିଦ୍ୟୁତ୍ ଉତ୍ପାଦନ ଉତ୍ସ ବୃଦ୍ଧି କରିବା, କୃଷି, କଫି ଚାଷ ର ବୃଦ୍ଧି ଘଟାଇବା ସହ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବ ଦେବାକୁ ଆଲୋଚନା ହୋଇଛି । ବିଶେଷ କରି ଆଗାମୀ ୧୦ ବର୍ଷ ମଧ୍ୟରେ ବିଭିନ୍ନ ସ୍ତରରେ ବୈଷୟିକ ତାଲିମ ଦେଇ ସଶକ୍ତି କରିବା ଲାଗି ନିଷ୍ପତି ହୋଇଛି । ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରାମର୍ଶ କର୍ମଶାଳାରେ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ଖଣି ମନ୍ତ୍ରୀ ବିଭୂତି ଜେନା, ନବରଂଗପୁର ସାଂସଦ, ସମେତ କୋରାପୁଟ, ନବରଙ୍ଗପୁର, ମାଲକାନାଗିରି, କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାର ବିଧାୟକ ମାନେ ଉପସ୍ଥିତ ରହିଥିଲେ । କୋରାପୁଟ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ରେ ଅନୁଷ୍ଠିତ କର୍ମଶାଳରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଦକ୍ଷିଣାଚଳ ରାଜସ୍ବ କମିଶନର ରୁପରୋଶନ୍ ସାହୁ କୋରାପୁଟ ଜିଲ୍ଲାପାଳ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିଲେ । ଏଥିସହ ଓଡ଼ିଆ ଭାଷା , ଆଦିବାସୀ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ପଦକ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭ ନିମନ୍ତେ ଦକ୍ଷିଣାଞ୍ଚଳ ଆରଡିସି ଅନ୍ତର୍ଗତ ୮ଟି ଯେଉଁଥିରେ କି ଆସନ୍ତା ଦିନରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ କୃଷି କ୍ଷେତ୍ରରେ ବିକାଶ ନେଇ ଅନେକ ମତାମତ ଗ୍ରହଣ କରାଯାଇଛି I ଏପରିକି ଦକ୍ଷିଣ ଓଡ଼ିଶାରେ ରେଳ ଓ ଶିଳ୍ପ ବିକାଶ କ୍ଷେତ୍ରରେ ବିକାଶ ନିମନ୍ତେ ଅନେକ ପଦକ୍ଷେପ ନେବା ନିମନ୍ତେ ଅନେକ ପ୍ରସ୍ତାବ ଦେଇଛନ୍ତି ବିଭିନ୍ନ ସଙ୍ଘଠନର କର୍ମକର୍ତ୍ତା।. ଏହାସହ ନିଜ ନିଜ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ଭିତ୍ତିଭୂମି ସୁଧାର ପାଇଁ ଜିଲ୍ଲାପାଳ ମାନେ ପ୍ରସ୍ତାବ ଦେଇଥିଲେ I ଏପରିକି ଏବେବି ଅନେକ ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି କ୍ଷେତ୍ରରେ ଭିତ୍ତିଭୂମି ସୁଧାର ଆଣିବା ପାଇଁ ମତାମତ ପ୍ରକାଶ ପାଇଥିଲା ଯାହାକି ବିକଶିତ ଓଡ଼ିଶା ବିକଶିତ ଭାରତ ୨୦୩୬ ଓ ୨୦୪୭ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରିବା ନେଇ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ଦକ୍ଷିଣ ଓଡ଼ିଶାର ଗଜପତି, କନ୍ଧମାଳ, ନବରଙ୍ଗପୁର ଓ ଗଂଜାମ ଜିଲ୍ଲା ପ୍ରଶାସନ ଭିଡିଓ କନଫରେନ୍ସ ଜରିଆରେ ଉପସ୍ଥିତ ରହି ବିକାଶ ମୂଳକ ପଦକ୍ଷେପ ନେଇ ଆଲୋଚନା କରିଥିଲେ ।
ଏହି କର୍ମଶାଳାରେ ରାଜ୍ୟ ସରକାରଙ୍କ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମସ୍ଥ୍ୟ, ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ୍, ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ଦକ୍ଷିଣ ଓଡ଼ିଶାର ଅନେକ ବିଧାୟକ ଓ ସାଂସଦଙ୍କ ସମେତ ଦକ୍ଷିଣାଞ୍ଚଳ ଆରଡିସି ରୂପା ରୋସନ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି