ନାମଲେଖାରେ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ୧୧.୨୫% ସଂରକ୍ଷଣ ଏକ ଐତିହାସିକ ନିଷ୍ପତି : ଓବିସି ଫୋରମ୍
ଭୁବନେଶ୍ୱର,୧୫ ମଇ (ହି.ସ,) - ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ରାଜ୍ୟର ପଛୁଆବର୍ଗର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାରେ ନାମଲେଖାରେ ୧୧.୨୫ ସଂରକ୍ଷଣ ଦେବାପାଇଁ ଏକ ଯୁଗାନ୍ତକାରୀ ନିଷ୍ପତି ନିଆଯାଇଛି। କ୍ୟାବିନେଟ୍‌ର ଏହି ନିଷ୍ପତ୍ତିକୁ ଓବିସି ଫ
ନାମଲେଖାରେ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ୧୧.୨୫% ସଂରକ୍ଷଣ ଏକ ଐତିହାସିକ ନିଷ୍ପତି : ଓବିସି ଫୋରମ୍


ଭୁବନେଶ୍ୱର,୧୫ ମଇ (ହି.ସ,) - ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ରାଜ୍ୟର ପଛୁଆବର୍ଗର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାରେ ନାମଲେଖାରେ ୧୧.୨୫ ସଂରକ୍ଷଣ ଦେବାପାଇଁ ଏକ ଯୁଗାନ୍ତକାରୀ ନିଷ୍ପତି ନିଆଯାଇଛି। କ୍ୟାବିନେଟ୍‌ର ଏହି ନିଷ୍ପତ୍ତିକୁ ଓବିସି ଫୋରମ୍ ଓଡ଼ିଶା ରାଜ୍ୟ କମିଟି ସ୍ୱାଗତ କରିବା ସଂଗେ ସଂଗେ ଏହି ସଂରକ୍ଷଣ ସୀମାକୁ ୨୭ ଭାଗକୁ ବୃଦ୍ଧି କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି । ଏହାବ୍ୟତୀତ ଚଳିତ ଶିକ୍ଷାବର୍ଷରୁ ଦିଆଯାଉଥିବା ଏହି ନାମଲେଖା ସଂରକ୍ଷଣକୁ ମେଡିକାଲ, ଇଂଜିନିୟରିଂ ଓ ଏମ୍‌.ବି.ଏ. ଶିକ୍ଷାରେ ଦେବାପାଇଁ ଓବିସି ଫୋରମ୍ ରାଜ୍ୟ ଅଧ୍ୟକ୍ଷ ରବି ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି । ପୁନଶ୍ଚ ଘରୋଇ ଶିକ୍ଷା କ୍ଷେତ୍ରରେ ଓବିସି ଛାତ୍ରଛାତ୍ରୀଙ୍କୁ ନାମଲେଖାରେ ସଂରକ୍ଷଣ ଦେବା ସହିତ କେନ୍ଦ୍ର ସରକାରୀ ଢାଞ୍ଚାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖାରେ ମଧ୍ୟ ୨୭ ଭାଗ ଓବିସି ସଂରକ୍ଷଣ ପାଇଁ ଓବିସି ଫୋରମ୍ ଦାବି କରିଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ଓବିସି ଫୋରମ୍ ପକ୍ଷରୁ ଉପାଧ୍ୟକ୍ଷ ଅରୁଣ ଜେନା, ସାଧାରଣ ସମ୍ପାଦକ ନାରାୟଣ ଡାଳୁଆ, ସମ୍ପାଦକ କିଶୋର ସୂତାର, ସର୍ବଭାରତୀୟ ଯାଦବ ମହାସଭାର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande