ଜୟପୁର, ୧୫ ମଇ (ହି.ସ.)- ଅପରେସନ ସିନ୍ଦୂରର ସଫଳତା ସହ ଭାରତୀୟ ବୀର ଯବାନଙ୍କ ପରାକ୍ରମ ଓ ସାହସକୁ ସମ୍ମାନ ଜଣାଇ ଜୟପୁର ଠାରେ ଶୋଭାଯାତ୍ରା ଆୟୋଜିତ ହୋଇଛି। ବାରିଣୀପୁଟ ଠାରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ବାହାରି ବିକ୍ରମ୍ ଦେବ ବିଶ୍ୱବିଦ୍ୟାଳୟ ଠାରେ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ସମ୍ମାନୀତ ଅତିଥି ରୂପେ ରାଜ୍ୟ ପରିବହନ ନିଗମ ଓ ଖଣିଜ ସଂପଦ ମନ୍ତ୍ରୀ ବିଭୁତି ଭୁଷଣ ଜେନା, ମନ୍ତ୍ରୀ ଗଣଶିକ୍ଷା ଶିକ୍ଷା,ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର,କୋରାପୁଟ ବିଧାୟକ ରଘୁରାମ ମାଛ ପ୍ରମୁଖ ଯୋଗ ଦେଇଥିଲେ। ମନ୍ତ୍ରୀ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, ଜୟପୁର ଏସଡିପିଓ ପାର୍ଥ ଜଗଦୀଶ କଶ୍ୟପ,ଜୟପୁର ପୌର ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି,ଉପାଧ୍ୟକ୍ଷା ବି ସୁନିତା,ପଞ୍ଚାୟତ ସମିତି ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି , ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗଣେଶ ପ୍ରସାଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶୋଭାଯାତ୍ରାଟି ବାରିଣିପୁଟ - ଗାନ୍ଧୀ ଛକ - ପାୱାର ହାଉସ ଛକ - ଜଗନ୍ନାଥ ମନ୍ଦିର - ରଜା ନଗର - ଟ୍ରାଫିକ ଚକ ଦେଇ ବିକ୍ରମ ଦେବ ବିଶ୍ଵ ବିଦ୍ୟାଳୟ ଥରେ ଶେଷ କରାଗଲା I
ଏହି ଶୋଭାଯାତ୍ରାରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ରୁର୍ତ୍ତିବାସ ସାହୁ, ତହସିଲଦାର ଚିତ୍ତ ରଞ୍ଜନ ପଟ୍ଟନାୟକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ, ପୋଲିସ ଅଧିକାରୀ, ସମସ୍ତ ପୌର କର୍ମଚାରୀ, ବରିଷ୍ଠ ନାଗରିକ, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱଚ୍ଛ ସାଥି, ଜନସାଧାରଣ ଓ ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ I
ହିନ୍ଦୁସ୍ଥାନ ସମାଚାର / ପିକେପି