କୋରାପୁଟରେ ଆଞ୍ଚଳିକ ସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ପରାମର୍ଶ କର୍ମଶାଳାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଯୋଗଦାନ
ଭୁବନେଶ୍ୱର, 15 ମେ (ହି.ସ.) - ଆଜି କୋରାପୁଟ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଠାରେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ପାଇଁ ଆୟୋଜିତ ଆଞ୍ଚଳିକ ସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ପରାମର୍ଶ କର୍ମଶାଳାରେ ଯୋଗଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗ
କୋରାପୁଟରେ ଆଞ୍ଚଳିକ     ସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ପରାମର୍ଶ କର୍ମଶାଳାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ     ଯୋଗଦାନ


ଭୁବନେଶ୍ୱର, 15 ମେ (ହି.ସ.)

- ଆଜି କୋରାପୁଟ

ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଠାରେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ପାଇଁ ଆୟୋଜିତ ଆଞ୍ଚଳିକ

ସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ପରାମର୍ଶ କର୍ମଶାଳାରେ ଯୋଗଦେଇଛନ୍ତି ବିଦ୍ୟାଳୟ ଓ

ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। କର୍ମଶାଳାରେ ବିକଶିତ ଓଡ଼ିଶା ଗଠନ ପାଇଁ ପରାମର୍ଶ

ଗ୍ରହଣ କରାଯାଇଛି।

ଏହି ଅବସରରେ ମନ୍ତ୍ରୀ

କହିଛନ୍ତି ଯେ, ଅର୍ଥନୀତି, ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ପର୍ଯ୍ୟଟନ, ଶିଳ୍ପ, ଆଦିବାସୀ କଲ୍ୟାଣ, ସଂସ୍କୃତି, ବିଜ୍ଞାନ ଆଦି ଦିଗ ପ୍ରତି କର୍ମଶାଳାରେ ସବିଶେଷ ଗୁରୁତ୍ଵ ଦିଆଯାଇ

ପଦକ୍ଷେପ ମାନ ଗ୍ରହଣ କରାଯିବ ଯାହା ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନର ସଂକଳ୍ପକୁ ପୂରଣ କରିବ

। ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ୩୬ଟି କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିବା ବେଳେ ଏହା

ଶେଷ ସ୍ତରରେ ଥିବା ଲୋକଙ୍କୁ ସବୁ ପ୍ରକାରର ମୌଳିକ ସୁବିଧା ଯୋଗାଇ ପାରିବ ବୋଲି ପ୍ରିୟ

ମୁଖ୍ୟମନ୍ତ୍ରୀଙ୍କର ଆଶା ରହିଛି ଯାହା ନିଶ୍ଚୟ ପୁରା ହେବ।

ଆଞ୍ଚଳିକ ସ୍ତରୀୟ ଆଜି

କର୍ମଶାଳାରେ ସୁରେଶ ପୂଜାରୀ, ବିଭୂତି ଜେନା, ଗୋକୁଳାନନ୍ଦ

ମଲ୍ଲିକ, ସାଂସଦ ବଳଭଦ୍ର ମାଝୀଙ୍କ ସମେତ ପ୍ରଶାସନିକ ଅଧିକାରୀ, ଅଭିଜ୍ଞ ବ୍ୟକ୍ତି, ଶିଳ୍ପ ଏବଂ ନାଗରିକ ସମାଜର ଅଧିକାରୀ ଏବଂ କଳା ସଂସ୍କୃତି କ୍ଷେତ୍ରରେ

ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଯୋଗ ଦେଇ ମତ ପୋଷଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande