ବ୍ରଜଘାତରେ ୩ ଜଣଙ୍କ ମୃତ୍ୟୁ
ଜୟପୁର, ୧୬ ମଇ (ହି.ସ.)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଓଡ଼ିଆପେଣ୍ଠ ଗ୍ରାମପଞ୍ଚାୟତର ପରଡିଗୁଡା ଗାଁ ରେ ବଜ୍ରପାତ ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଦିନ ଦ୍ଵିପହରରେ ପ୍ରବଳ ଘଡଘଡି ସହ ବର୍ଷା ହୋଇଥିଲା। ବର୍ଷା ସମୟରେ ନିଜ ଧାନ ବିଲ ନିକଟରେ ଥିବା କୁଡ଼ିଆରେ ଆଇ ନାତୁଣୀ ଆଶ
ବ୍ରଜଘାତରେ ୩ ଜଣଙ୍କ ମୃତ୍ୟୁ


ଜୟପୁର, ୧୬ ମଇ (ହି.ସ.)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଓଡ଼ିଆପେଣ୍ଠ ଗ୍ରାମପଞ୍ଚାୟତର ପରଡିଗୁଡା ଗାଁ ରେ ବଜ୍ରପାତ ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଦିନ ଦ୍ଵିପହରରେ ପ୍ରବଳ ଘଡଘଡି ସହ ବର୍ଷା ହୋଇଥିଲା। ବର୍ଷା ସମୟରେ ନିଜ ଧାନ ବିଲ ନିକଟରେ ଥିବା କୁଡ଼ିଆରେ ଆଇ ନାତୁଣୀ ଆଶ୍ରୟ ନେଇଥିବା ବେଳେ ତାଙ୍କ କୁଡ଼ିଆ ଉପରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ହିଁ ୬୦ ବର୍ଷୀୟା ବୃଦ୍ଧା ବୁଦ୍ରୀ ମାଣ୍ଡିଙ୍ଗା ଓ ତାଙ୍କ ନାତୁଣୀ ୧୬ ବର୍ଷୀୟା କସା ମାଣ୍ଡିଙ୍ଗାଙ୍କ ମୃତ୍ୟୁ ହୋଇଥିଲା।

ସେହିପରି ବର୍ଷା ଯୋଗୁଁ ଗାଁ ନିକଟରେ ଥିବା ଏକ ଗଛ ତଳେ ଆଶ୍ରୟ ନେଇଥିବା ୩୫ ବର୍ଷୀୟା ଅମ୍ବିକା କାଶୀଙ୍କ ଉପରେ ମଧ୍ୟ ବଜ୍ରପାତ ପଡିବାରୁ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ଅବସ୍ଥାରେ ରହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande