ବେଙ୍ଗଲୁରୁର ହରେ କୃଷ୍ଣ ମନ୍ଦିର ଇସ୍କନ ସୋସାଇଟି ବେଙ୍ଗଲୁରୁର ଅଟେ- ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୧୬ ମଇ (ହି.ସ.)- ସୁପ୍ରିମକୋର୍ଟ କହିଛନ୍ତି ଯେ, ବେଙ୍ଗଲୁରୁ ସ୍ଥିତ ହରେ କୃଷ୍ଣ ମନ୍ଦିର ଇସ୍କନ ସୋସାଇଟି ବେଙ୍ଗଲୁରୁର ଅଟେ । ଏହା ଇସ୍କନ ସୋସାଇଟି ମୁମ୍ବାଇର ନୁହେଁ । ଜଷ୍ଟିସ୍ ଏଏସ ଓକାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କର୍ଣ୍ଣାଟକ ହାଇକୋର୍ଟଙ୍କ ଆଦେଶକୁ ନିରସ୍ତ୍ର କରିବା ସହ ଏହି ରାୟ
ବେଙ୍ଗଲୁରୁର ହରେ କୃଷ୍ଣ ମନ୍ଦିର ଇସ୍କନ ସୋସାଇଟି ବେଙ୍ଗଲୁରୁର ଅଟେ- ସୁପ୍ରିମକୋର୍ଟ


ନୂଆଦିଲ୍ଲୀ, ୧୬ ମଇ (ହି.ସ.)- ସୁପ୍ରିମକୋର୍ଟ କହିଛନ୍ତି ଯେ, ବେଙ୍ଗଲୁରୁ ସ୍ଥିତ ହରେ କୃଷ୍ଣ ମନ୍ଦିର ଇସ୍କନ ସୋସାଇଟି ବେଙ୍ଗଲୁରୁର ଅଟେ । ଏହା ଇସ୍କନ ସୋସାଇଟି ମୁମ୍ବାଇର ନୁହେଁ । ଜଷ୍ଟିସ୍ ଏଏସ ଓକାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କର୍ଣ୍ଣାଟକ ହାଇକୋର୍ଟଙ୍କ ଆଦେଶକୁ ନିରସ୍ତ୍ର କରିବା ସହ ଏହି ରାୟ ଦେଇଛନ୍ତି । ହାଇକୋର୍ଟ ବେଙ୍ଗଲୁରୁରେ ପ୍ରତିଷ୍ଠିତ ହରେ କୃଷ୍ଣ ମନ୍ଦିର ଏବଂ ଶୈକ୍ଷଣିକ ପରିସର ଉପରେ ନିୟନ୍ତ୍ରଣ ନିମନ୍ତେ ଇସ୍କନ ମୁମ୍ବାଇ ପକ୍ଷରେ ଏହି ରାୟ ଶୁଣାଇ ଥିଲେ ।

ବାସ୍ତବରେ ବେଙ୍ଗଲୁରୁର ଟ୍ରାୟଲ କୋର୍ଟ ୨୦୦୯ ରେ ବେଙ୍ଗଲୁରୁର ହରେ କୃଷ୍ଣ ମନ୍ଦିର ଏବଂ ଶୈକ୍ଷଣିକ ପରିସରକୁ ବେଙ୍ଗଲୁରୁ ଇସ୍କନର ବୋଲି କହିଥିଲେ । ଏହି ରାୟକୁ ଇସ୍କନ ମୁମ୍ବାଇ କର୍ଣ୍ଣାଟକ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲା । ହାଇକୋର୍ଟ ୨୦୧୧ ମଇରେ ନିଜ ଆଦେଶରେ ବେଙ୍ଗଲୁରୁର ହରେ କୃଷ୍ଣ ମନ୍ଦିର ଏବଂ ଶୈକ୍ଷଣିକ ପରିସରକୁ ଇସ୍କନ ମୁମ୍ବାଇ ର ବୋଲି କହିଥିଲେ । ହାଇକୋର୍ଟଙ୍କ ଏହି ରାୟକୁ ଇସ୍କନ ବେଙ୍ଗଲୁରୁ ୨୦୧୧ ଜୁନ୍ ରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande