Bhubaneswar, 16 ମେ (ହି.ସ.)
-ମେଡିକାଲ୍ ଓ ଇଂଜିନିୟରିଂରେ ସଂରକ୍ଷଣ ଦେବା ସହିତ ସଂରକ୍ଷଣ ସୀମାକୁ ୨୭ ଭାଗ କରିବାକୁ ଦାବି - ଓବିସି ଫୋରମ୍
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ରାଜ୍ୟର ପଛୁଆବର୍ଗର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାରେ ନାମଲେଖାରେ ୧୧.୨୫ ସଂରକ୍ଷଣ ଦେବାପାଇଁ ଏକ ଯୁଗାନ୍ତକାରୀ ନିଷ୍ପି ନିଆଯାଇଛି । କ୍ୟାବିନେଟ୍ର ଏହି ନିଷ୍ପିକୁ ଓବିସି ଫୋରମ୍ ଓଡ଼ିଶା ରାଜ୍ୟ କମିଟି ସ୍ୱାଗତ କରିବା ସଂଗେ ସଂଗେ ଏହି ସଂରକ୍ଷଣ ସୀମାକୁ ୨୭ ଭାଗକୁ ବୃଦ୍ଧି କରିବା ପାଇଁଷ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଅଛି । ଏହାବ୍ୟତୀତ ଚଳିତ ଶିକ୍ଷାବର୍ଷରୁ ଦିଆଯାଉଥିବା ଏହି ନାମଲେଖା ସଂରକ୍ଷଣକୁ ମେଡିକାଲ, ଇଂଜିନିୟରିଂ ଓ ଏମ୍.ବି.ଏ. ଶିକ୍ଷାରେ ଦେବାପାଇଁ ଓବିସି ଫୋରମ୍ ରାଜ୍ୟ ଅଧ୍ୟକ୍ଷ ରବି ବେହେରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି । ପୁନଶ୍ଚ ଘରୋଇ ଶିକ୍ଷା କ୍ଷେତ୍ରରେ ଓବିସି ଛାତ୍ରଛାତ୍ରୀଙ୍କୁ ନାମଲେଖାରେ ସଂରକ୍ଷଣ ଦେବା ସହିତ କେନ୍ଦ୍ର ସରକାରୀ ଢାାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖାରେ ମଧ୍ୟ ୨୭ ଭାଗ ଓବିସି ସଂରକ୍ଷଣ ପାଇଁ ଓବିସି ଫୋରମ୍ ଦାବି କରୁଅଛି । ଏଠାରେ ଉଲ୍ଲେଖଥାଉକି, ୧୯୯୦ ମସିହା ଅଗଷ୍ଟ ୭ ତାରିଖ ଦିନ ଭି.ପି. ସିଂହଙ୍କ ନେତୃତ୍ୱାଧିନ ଜନତା ଦଳର ସରକାର ଦେଶରେ ‘ମଣ୍ଡଳ କମିଶନ ରିପୋର୍ଟ’ କାର୍ଯ୍ୟକାରୀ କଲେ । କେନ୍ଦ୍ରୀୟ ସରକାରୀ ଚାକିରିରେ ଦେଶର ପଛୁଆବର୍ଗଙ୍କୁ ସମ୍ବିଧାନର ଧାରା ୧୫ ଓ ୧୬ ଅନୁଯାୟୀ ସଂରକ୍ଷଣ ଦିଆଗଲା । ପରର୍ବୀ ପର୍ଯ୍ୟାୟରେ ମନମୋହନ ସିଂହଙ୍କ ନେତୃତ୍ୱାଧିନ ‘ଉପା-୧’ ସରକାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଆଇ.ଆଇ.ଟି., ଆଇ.ଆଇ.ଏମ୍. ଓ ଏଲ୍ ଇଣ୍ଡିଆ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସରେ ନାମଲେଖା କ୍ଷେତ୍ରରେ ପଛୁଆବର୍ଗର ଛାତ୍ରଛାତ୍ରୀଙ୍କୁ ୨୭ଭାଗ ସଂରକ୍ଷଣ ଦେଲେ । କିନ୍ତୁ ଦୁଃଖର କଥା, ବାରମ୍ବାର ଦାବି, ଆନେ୍ଦାଳନ, ସ୍ମାରକପତ୍ର ଓ ଆଲୋଚନା ସ୍େୱ ମଧ୍ୟ ଓଡ଼ିଶା ସରକାର ରାଜ୍ୟର ୫୨ ଭାଗ ପଛୁଆବର୍ଗଙ୍କର ସାମ୍ବିଧାନିକ ହକ୍ ଓ ଅଧିକାରକୁ ବର୍ଷବର୍ଷ ଧରି ଅଣଦେଖା କରି ଚାଲିଲେ । କେନ୍ଦ୍ର ସରକାର ୧୯୯୦ ମସିହାରୁ ନିଯୁକ୍ତିରେ ୨୭ଭାଗ ସଂରକ୍ଷଣ ଦେଉଥିଲା ବେଳେ ଓଡ଼ିଶା ସରକାର ଆଜି ପଛୁଆବର୍ଗଙ୍କୁ ସରକାରୀ ନିଯୁକ୍ତିରେ ମାତ୍ର ୧୧.୨୫% ସଂରକ୍ଷଣ ଦେଉଛନ୍ତି । ନାମଲେଖା କ୍ଷେତ୍ରରେ ଓଡ଼ିଶା ସରକାର ରାଜ୍ୟର ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ଆଦୌ ସଂରକ୍ଷଣ ଦେଉ ନଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀଙ୍କୁ ଧନ୍ୟବାଦ, ବିଳମ୍ବରେ ହେଲେ ମଧ୍ୟ ରାଜ୍ୟର ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ନାମଲେଖାରେ ୧୧.୨୫% ସଂରକ୍ଷଣ ଦେବାପାଇଁ ନିଷ୍ପି ନେଇଛନ୍ତି । “ନାହିଁ ମାମୁ ଠାରୁ କଣା ମାମୁ ଭଲ” ନ୍ୟାୟରେ କ୍ୟାବିନେଟ୍ର ଏହି ନିଷ୍ପି ଉଚ୍ଚଶିକ୍ଷା କ୍ଷେତ୍ରରେ ବôତ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ କେତେକ ପରିମାଣରେ ସାହାଯ୍ୟ କରିବ ବୋଲି ଓବିସି ଫୋରମ୍ ପକ୍ଷରୁ ଆଶାପ୍ରକାଶ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ଓବିସି ଫୋରମ୍ ଓଡ଼ିଶା ରାଜ୍ୟ କମିଟି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଏହି କ୍ୟାବିନେଟ୍ ନିଷ୍ପିକୁ ସ୍ୱାଗତ କରୁଛି । ଏହା ବ୍ୟତୀତ ଫୋରମ୍ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗୋଚରାର୍ଥେ ନିମ୍ନଲିଖିତ ଦାବି ଗୁଡ଼ିକୁ ତାଙ୍କ ବିଚାର ପାଇଁ ଏଠାରେ ଉଲ୍ଲେଖ କରୁଅଛି ।
୧. ନାମଲେଖା ଓ ନିଯୁକ୍ତି କ୍ଷେତ୍ରରେ ୧୧.୨୫% ସଂରକ୍ଷଣ ସୀମାକୁ ୨୭ଭାଗକୁ ବୃଦ୍ଧି କରାଯାଉ, ମେଡିକାଲ୍ ଓ ଇଂଜିନିୟରିଂ ଶିକ୍ଷାରେ ମଧ୍ୟ ଏହି ସଂରକ୍ଷଣ ଦିଆଯାଉ ।
୨. ଘରୋଇ କ୍ଷେତ୍ରରେ ନିଯୁକ୍ତି ଓ ନାମଲେଖା ପାଇଁ ରାଜ୍ୟର ପଛୁଆବର୍ଗଙ୍କୁ ୨୭% ସଂରକ୍ଷଣ ଦେବାକୁ ଓବିସି ଫୋରମ୍ ଲାଗୁ କରୁଅଛି ।
୩. ଆସନ୍ତା ପାୟତ ନିର୍ବାଚନରେ ପଛୁଆବର୍ଗ ପ୍ରାର୍ଥୀମାନଙ୍କୁ ସରପ, ସମିତିସଭ୍ୟ, ଜିଲ୍ଲାପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ମୁ୍ୟନିସିପାଲିଟି ନିର୍ବାଚନରେ ୧୯୯୭ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ପ୍ରଚଳିତ ହୋଇଆସୁଥିବା ପଛୁଆବର୍ଗ ସଂରକ୍ଷଣକୁ ପୁଣି ଥରେ ଲାଗୁ କରିବାକୁ ଓବିସି ଫୋରମ୍ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ ।
ଏହି ସାମ୍ବାଦିକ ସମ୍ମିଳନୀରେ ଓବିସି ଫୋରମ୍ ପକ୍ଷରୁ ଉପାଧ୍ୟକ୍ଷ ଅରୁଣ ଜେନା, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ନାରାୟଣ ଡାଳୁଆ, ସମ୍ପାଦକ କିଶୋର ସୂତାର, ସର୍ବଭାରତୀୟ ଯାଦବ ମହାସଭାର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା