ସଂସ୍କୃତ ଭାରତୀ ଦ୍ଵାରା ପ୍ରବୋଧନ ବର୍ଗ ଉଦଯାପିତ
ବଲାଙ୍ଗିର, ୧୬ ମଇ (ହି.ସ.)- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଓଡ଼ିଆ ବିଭାଗ ବରଗଡ଼ ଠାରେ ତା ୧୩ ମଇରେ ଆବାସୀୟ ପ୍ରବୋଧନ ବର୍ଗ ସଂସ୍କୃତ ଭାରତୀ ପଶ୍ଚିମ ଉତ୍କଳ ଦ୍ବାରା ଉଦଯାପିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ଛାତ୍ରଛାତ୍ରୀ ଏଥିରେ ସୋତ୍ସାହ ଅଂଶ ଗ୍ରହଣ କରି ସଂସ୍
*ସଂସ୍କୃତ ଭାରତୀ  ଦ୍ଵାରା ପ୍ରବୋଧନ ବର୍ଗ ଉଦ୍ଯାପିତ*


*ସଂସ୍କୃତ ଭାରତୀ  ଦ୍ଵାରା ପ୍ରବୋଧନ ବର୍ଗ ଉଦ୍ଯାପିତ*


ବଲାଙ୍ଗିର, ୧୬ ମଇ (ହି.ସ.)- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଓଡ଼ିଆ ବିଭାଗ ବରଗଡ଼ ଠାରେ ତା ୧୩ ମଇରେ ଆବାସୀୟ ପ୍ରବୋଧନ ବର୍ଗ ସଂସ୍କୃତ ଭାରତୀ ପଶ୍ଚିମ ଉତ୍କଳ ଦ୍ବାରା ଉଦଯାପିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ଛାତ୍ରଛାତ୍ରୀ ଏଥିରେ ସୋତ୍ସାହ ଅଂଶ ଗ୍ରହଣ କରି ସଂସ୍କୃତ ଭାଷାରେ ସମ୍ଭାଷଣ କରିବା ଶିଖିଥିଲେ । ସମାରୋପ ସମାରୋହରେ ମୁଖ୍ୟ ବକ୍ତା ଭାବେ ନାଟ୍ୟକାର ଚୂଡାମଣି ରଥ ସଂସ୍କୃତ ଭାଷାର ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ ବୋଲି ମତପୋଷଣ କରିଥିଲେ। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଶିଶୁ ମନ୍ଦିରର ପରିଚାଳନା ସମିତି ଅଧ୍ୟକ୍ଷ ଡଃ. ଯଦୁମଣି ନାଏକ ସଂସ୍କୃତ ଭାଷାର ପୁନରୁତ୍ଥାନ ନିମନ୍ତେ ସମାଜ ର ପ୍ରମୁଖ ଭୂମିକା ରହିଛି ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସରସଂଘବାହ ଡଃ. ସତ୍ୟସାଇ ନାଏକ ସରକାରୀ ବେସରକାରୀ ଶିକ୍ଷଣ ସଂସ୍ଥା ମାନଙ୍କରେ ସଂସ୍କୃତ ଶିକ୍ଷାକୁ ଅଗ୍ରାଧିକାର ଦିଆଯିବା ଆବଶ୍ୟକ ବୋଲି କହିଥିଲେ। ସଂସ୍କୃତ ଭାରତୀର ଅଧ୍ୟକ୍ଷ ତଥା ଭଟଲି ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଆୟୁଷ୍ମନ୍ତ ଷଡ଼ଙ୍ଗୀ ସଂସ୍କୃତରେ ନିହତ ବିଜ୍ଞାନ ସମ୍ବନ୍ଧୀୟ ତତ୍ତ୍ବ ବିଷୟରେ ଆଲୋକପାତ କରି ସଂସ୍କୃତ ସମ୍ଭାଷଣ ରୁ ଶାସ୍ତ୍ର ଶିକ୍ଷଣ ପର୍ଯ୍ୟନ୍ତ ସଂସ୍କୃତ ଭାରତୀ ଜନଜାଗରଣ ସୃଷ୍ଟି ପାଇଁ କାର୍ଯ୍ୟ କରୁଅଛି ବୋଲି କହିଥିଲେ। ସଭା ସଞ୍ଚାଳନ ପ୍ରାନ୍ତ ଶିକ୍ଷଣ ପ୍ରମୁଖ ଡଃ ମାନସ ରଞ୍ଜନ ସାହୁ , ଅତିଥି ପରିଚୟ ଜିଲ୍ଲାର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜୀବ ସାହୁ, ସ୍ବାଗତ ଭାଷଣ ଆଚାର୍ଯ୍ୟ ରବି କିଶୋର ହୋତା, ବର୍ଗ ବିବରଣୀ ପ୍ରଦାନ ପ୍ରାନ୍ତ ସହ ଶିକ୍ଷଣ ପ୍ରମୁଖ ମଧୂସୁଦନ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ସଞ୍ଚାଳନ ଅଧ୍ୟାପିକା ଦମୟନ୍ତୀ କର ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବର୍ଗ ଅଧିକାରୀ ଅଧ୍ୟାପକ ଅଶୋକ ମେହେର ।

ପ୍ରକାଶ କୁମାର ପଟ୍ଟନାୟକ, ପ୍ରଧାନ ଆଚାର୍ଯ୍ୟ ରଞ୍ଜନ କୁମାର ବିଶ୍ବାଳ, ଅଧ୍ୟାପକ ସନ୍ତୋଷ ପଣ୍ଡା, ପ୍ରାନ୍ତ କୋଷ ପ୍ରମୁଖ ଚନ୍ଦ୍ରକାନ୍ତ ଦଣ୍ଡସେନା ହେମନ୍ତ ପ୍ରଧାନ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟମଣ୍ଡିତ ହୋଇଥିଲା । ଶ୍ରବଣ କୁମାର ଦେବତା, ଅଜିତ କୁମାର ରଣା, ଲୋକନାଥ ପଧାନ,ଗଦାଧର ପଧାନ, ଧର୍ମେନ୍ଦ୍ର ଓଝା,ସନ୍ଧ୍ୟା ରାଣୀ ଚୌଧୁରୀ , ଶେଷଦେବ ମିଶ୍ର,ସୁରଜ ଦେବତା, ପ୍ରକାଶ ଅଦାବର, ମଞ୍ଜୁଲତା ରଣା, ଈଶ୍ୱର ଗଡତିଆ, ପ୍ରସନ୍ନ ଗଡତିଆ, ଗଜେନ୍ଦ୍ର ସାହୁ, ଧର୍ମେନ୍ଦ୍ର ଓଝା,ଧର୍ମରାଜ ବାଗ, ଚିତ୍ତରଞ୍ଜନ ସାହୁ, ଝଶକେତନ ବଗର୍ତ୍ତି,ସୁଶାନ୍ତ ସ୍ବାଇଁ, ଉମେଶ ସାହୁ, ଜୟ କୁମାର ସାହୁ, ସୁରେଶ୍ଵରୀ ସାହୁ, ବିରଜା ପଧାନ, ସଂଯୁକ୍ତା ସାହୁ, ରଏବାରୀ ସାହୁ, ମିନତି ଖମାରୀ, ଆନନ୍ଦିନୀ ବାରିକ, ଶାନ୍ତି ପାତିକାର, ଚୂଳେଶ୍ବରୀ ଦେହେରୀ, ଜ୍ୟୋତିର୍ମୟୀ ବଢେଇ ଆଦି କାର୍ଯ୍ୟକର୍ତ୍ତା ମାନେ ବିଶେଷ ଭାବରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande