ବୋଧଗୟାରେ ବୌଦ୍ଧ ଭିକ୍ଷୁ ଭାବରେ ବାସ କରୁଥିବା ବାଂଲାଦେଶୀ ନାଗରିକ ଗିରଫ
ପଟନା 16 ମଇ (ହି.ସ)-ବିହାରର ବୋଧଗୟାରେ ଜଣେ ବଂଲାଦେଶୀ ନାଗରିକ ଧରାପଡିଛନ୍ତି।ସେ ନିଜର ପ୍ରକୃତ ପରିଚୟ ଲୁଚାଇ ବୋଧଗୟାର ସ୍ଲିପିଙ୍ଗ ବୁଦ୍ଧା ମାନେଷ୍ଟ୍ରିରେ ବୌଦ୍ଧ ଭିକ୍ଷୁ ଭାବରେ ରହୁଥିଲେ।ପୋଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା ଯେଉଁଠାରୁ ତାଙ୍କୁ ବିଚାର ବିଭାଗୀୟ
ବୋଧଗୟାରେ ବୌଦ୍ଧ ଭିକ୍ଷୁ ଭାବରେ ବାସ କରୁଥିବା ବାଂଲାଦେଶୀ ନାଗରିକ ଗିରଫ


ପଟନା 16 ମଇ (ହି.ସ)-ବିହାରର ବୋଧଗୟାରେ ଜଣେ ବଂଲାଦେଶୀ ନାଗରିକ

ଧରାପଡିଛନ୍ତି।ସେ ନିଜର ପ୍ରକୃତ ପରିଚୟ ଲୁଚାଇ ବୋଧଗୟାର ସ୍ଲିପିଙ୍ଗ ବୁଦ୍ଧା ମାନେଷ୍ଟ୍ରିରେ ବୌଦ୍ଧ ଭିକ୍ଷୁ ଭାବରେ ରହୁଥିଲେ।ପୋଲିସ ତାଙ୍କୁ ଗିରଫ

କରି କୋର୍ଟରେ ହାଜର କରିଥିଲା ଯେଉଁଠାରୁ ତାଙ୍କୁ ବିଚାର ବିଭାଗୀୟ ହେପାଜତରେ ଜେଲକୁ ପଠାଇଦିଆଯାଇଛି।

ସୁଚନା ଅନୁସାରେ ବୋଧଗୟା ଥାନା ପ୍ରଭାରୀ ମନୋଜ କୁମାର ସିଂହ ତାଙ୍କ

ଦଳ ସହ ପାଟ୍ରୋଲିଂ କରୁଥିଲେ।ଏଠାରେ ସୁରକ୍ଷା ଦୃଷ୍ଟିକୋଣରୁ ସ୍ଲିପିଙ୍ଗ ବୁଦ୍ଧା ମାନେଷ୍ଟ୍ରୀରେ ଯାଞ୍ଚ କରାଯାଉଛି।ବୃଦ୍ଧା ଇଣ୍ଟରନ୍ୟାସନାଲ ୱେଲଫେୟାର

ମିଶନରେ ରହୁଥିବା ଲୋକଙ୍କ ଯାଞ୍ଚ କରାଯାଇଥିଲା।ଏହି ସମୟରେ ଜଣେ ବୌଦ୍ଧ ଭିକ୍ଷୁଲୁଚି ରହିବା

ଆରମ୍ଭ କରିଥିଲେ।ପୋଲିସ ସନ୍ଦେହ ଆଧାରରେ ତାଙ୍କୁ ଧରି ପଚରାଉଚରା କରିଥିଲା।ପଚରାଉଚରା ସମୟରେ ସେ

ନିଜକୁ ଅରୁଣାଚଳ ପ୍ରଦେଶର କହିଥିଲେ,କିନ୍ତୁ ପୋଲିସକୁ ସନ୍ଦେହ ହୋଇଥିଲା ଯେ ସେ ନିଜ ଅସଲ ପରିଚୟ

ଲୁଚାଉଛନ୍ତି। ପୋଲିସ ତାଙ୍କୁ ବୋଦ୍ଧଗୟା ଥାନା ଆଣି ପଚରାଉଚରା କରିଥିଲା।ଏହାପରେ ସେ ନିଜର

ପ୍ରକୃ ପରିଚୟ ପବନ କାନ୍ତି ବରୁଆ ପିତା ସୁକେନ୍ଦୁ ବିକାଶ ବରୁଆ ବାସିନ୍ଦାଥାନା କାଠ ଖାଲି

,ବାଂଲାଦେଶ ପ୍ରକାଶ କଲେ।ପୋଲିସ ପ୍ରକୃତ ପରିଚୟ ଲୁଚାଇ ରହିବା ଅପରାଧ ପାଇଁ ତାଙ୍କୁ ଗିରଫ

କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande