କୋଲକାତାରେ କୋଟି କୋଟି ଟଙ୍କାର ରୁଣ ଛକେଇ:ରେଲୱେ କର୍ମଚାରୀ ଗିରଫ,12 କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ବିରୋଧରେ ତଦନ୍ତ
କୋଲକାତା 16 ମଇ (ହି.ସ)-କୋଲକାତା ପୋଲିସ ସହରରେ ନିୟୋଜିତ 12ଜଣ କେନ୍ଦ୍ରୀୟ ସରକାରୀ କର୍ମଚାରୀମାନଙ୍କ ବିରୋଧରେ ପ୍ରାୟ ଏକ କୋଟି ଟଙ୍କାର ରୁଣ ଠକେଇ ମାମଲାର ତଦନ୍ତ ଆରମ୍ଭ କରିଛି।ଏହି କର୍ମଚାରୀମାନଙ୍କ ବିରୁଦ୍ଧରେ ନକଲି କାଗଜପତ୍ର ସାହାଯ୍ୟରେ ବିଭିନ୍ନ ବ୍ୟାଙ୍କରୁ ବ୍ୟ
କୋଲକାତାରେ କୋଟି କୋଟି ଟଙ୍କାର ରୁଣ ଛକେଇ:ରେଲୱେ କର୍ମଚାରୀ ଗିରଫ,12 କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ବିରୋଧରେ ତଦନ୍ତ


କୋଲକାତା 16 ମଇ

(ହି.ସ)-କୋଲକାତା ପୋଲିସ ସହରରେ ନିୟୋଜିତ 12ଜଣ କେନ୍ଦ୍ରୀୟ ସରକାରୀ କର୍ମଚାରୀମାନଙ୍କ ବିରୋଧରେ

ପ୍ରାୟ ଏକ କୋଟି ଟଙ୍କାର ରୁଣ ଠକେଇ ମାମଲାର ତଦନ୍ତ ଆରମ୍ଭ କରିଛି।ଏହି କର୍ମଚାରୀମାନଙ୍କ

ବିରୁଦ୍ଧରେ ନକଲି କାଗଜପତ୍ର ସାହାଯ୍ୟରେ ବିଭିନ୍ନ ବ୍ୟାଙ୍କରୁ ବ୍ୟକ୍ତିଗତ ରୁଣ ନେଇଥିବା ଏବଂ

ପରେ ଇଏମଆଇ ଦେବା ବନ୍ଦ କରିଥିବା ଅଭିଯୋଗ ହୋଇଛି।ଏହି ମାମଲାରେ ଭାରତୀୟ ରେଲୱେର ଜଣେ କର୍ମଚାରୀ

ପଲାସ ମୁଖୋପାଧ୍ୟାୟଙ୍କୁ ଗିରଫ କରାଯାଇଛି,ଯିଏ ଏକାକୀ 11ଲକ୍ଷ ଟଙ୍କା ଲୋନ ନେଇଥିଲେ।ପୋଲିସ

ସୁଚନା ଅନୁସାରେ ସମସ୍ତ ଅଭିଯୁକ୍ତ ପୃଥକ ପୃଥକ କେନ୍ଦ୍ରୀୟ ବିଭାଗ,ବିଶେଷକରି ରେଲୱେରେ ଚାକିରି

କରନ୍ତି ଏବଂ ସମସ୍ତେ ସମାନ ଢଙ୍ଗରେ ଠକେଇ କରିଛନ୍ତି,ଯାହା ଏକ ସଂଗଠିତ ଗ୍ୟାଙ୍ଗର ସନ୍ଦେହ

ସୃଷ୍ଟି କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande