ନୂଆଦିଲ୍ଲୀ, 16 ମେ (ହି.ସ.)
-ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବ୍ୟବସାୟୀମାନଙ୍କ ଦ୍ୱାରା ତୁର୍କୀ
ବସ୍ତୁକୁ ବହିଷ୍କାରକୁ କରିବା ନିଷ୍ପତିକୁ ସ୍ବାଗତ
କରିଛନ୍ତି। ସେ କହିଛନ୍ତି ଯେ, ଭାରତ ବିରୋଧୀ ଓ ଆତଙ୍କବାଦକୁ ସମର୍ଥନ
କରୁଥିବା ଦେଶମାନଙ୍କ ସହିତ ବ୍ୟବସାୟ ଓ ସମ୍ପର୍କ ବନ୍ଦ ହେବା ଉଚିତ। ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ ବ୍ୟବସାୟୀମାନେ ତୁର୍କୀର ସାମଗ୍ରୀ ବହିଷ୍କାର କରି ସେମାନଙ୍କର ଦେଶଭକ୍ତିର ପ୍ରମାଣ
ଦେଇଛନ୍ତି। ଏହି କଥା ସେ ଶୁକ୍ରବାର ଆଜାଦପୁର ମଣ୍ଡିର ନିରୀକ୍ଷଣ ସମୟରେ କହିଥିଲେ। ନିରୀକ୍ଷଣ
ସମୟରେ ଦିଲ୍ଲୀର ଶ୍ରମ ମନ୍ତ୍ରୀ କପିଲ ମିଶ୍ରା ମଧ୍ୟ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା