ନୂଆଦିଲ୍ଲୀ, 16 ମେ (ହି.ସ.)
- କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିକ୍କିମବାସୀଙ୍କୁ ରାଜ୍ୟ
ପ୍ରତିଷ୍ଠା ଦିବସର ଅବସରରେ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ଏକ ସୋସିଆଲ ମିଡିଆ ପୋଷ୍ଟରେ
ମନ୍ତ୍ରୀ ରାଜ୍ୟର ସମୃଦ୍ଧ, ସାଂସ୍କୃତିକ ଐତିହ୍ୟ, ଅନୁଶାସିତ ନାଗରିକ ଓ ବିକାଶଶୀଳ
ଚିନ୍ତାଧାରାର ପ୍ରଶଂସା କରିଛନ୍ତି ।
ସେ ଲେଖିଛନ୍ତି ଯେ, ନିଜ ଜୀବନ୍ତ ସାଂସ୍କୃତିକ ବିବିଧତା, ସମୃଦ୍ଧ ପରମ୍ପରା ଓ ଅନୁଶାସିତ ଓ
ଆତ୍ମୀୟ ଲୋକଙ୍କ ସହିତ ସିକିମ ଏକ ଏଭଳି ଭାରତର ଆତ୍ମାକୁ ଦର୍ଶାଉଛି ଯାହାକି ପ୍ରାଚୀନ ଓ
ଦୂରଦୃଷ୍ଟି ଯୁକ୍ତ ମଧ୍ୟ ଅଟେ ।
ଏହାସହିତ ସେ ରାଜ୍ୟର ବିକାଶ କ୍ଷେତ୍ରରେ ଉପଲବ୍ଧିର ପ୍ରଶଂସା କରି ଏହାର ନିରନ୍ତର ବିକାଶର
କାମନା କରିଛନ୍ତି । ସେ କହିଛନ୍ତି ଯେ, ସିକ୍କିମ ସର୍ବଦା ବିକାଶରେ ଅଗ୍ରଣୀ ରହିଛି ଏବଂ ଆମ
ଜାତୀୟ ସ୍ୱାଭିମାନ ଓ ଆକାଂକ୍ଷାର ଗୌରବଶାଳୀ ପ୍ରତୀକ ରହିଆସିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା