ଭୁବନେଶ୍ୱର, 16 ମେ (ହି.ସ.)
-ଅଦିନିଆ ବର୍ଷା ରାଜ୍ୟଭିତ୍ତିକ
ବିପର୍ଯ୍ୟୟ ଭାବେ ଗୃହିତ ହେବା ପରେ
ପ୍ରତିକ୍ରିୟା ରଖିଲେ ରାଜସ୍ୱ ମନ୍ତ୍ରୀ । ପ୍ରତିକ୍ରିୟା ରଖି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
କହିଛନ୍ତି ପୂର୍ବରୁ ଅଦିନିଆ ବର୍ଷାକୁ ରାଜ୍ୟ ସରକାର ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗ୍ରହଣ
କରିଥିଲେ । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି
। ଏହାଦ୍ୱାରା ଓଡ଼ିଶାର କୃଷକମାନେ ଅଦିନିଆ ବର୍ଷାରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ
ସହାୟତା ପାଇ ପାରିବେ। ଏସଡିଆରଏଫର ବାର୍ଷିକ ଆବଣ୍ଟନର ସର୍ବାଧିକ ୧୦ ପ୍ରତିଶତ ଅର୍ଥ ଏଥିପାଇଁ
ବିନିଯୋଗ ହୋଇପାରିବ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ୱାରା ଅଦିନିଆ
ବର୍ଷା ସ୍ଥାୟୀ ଭାବେ ଏକ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗୃହୀତ ହୋଇଛି ଏବଂ ରାଜ୍ୟ
ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ଏଥିପାଇଁ କୃଷକମାନଙ୍କୁ ସହାୟତା ପ୍ରଦାନ କରାଯାଇପାରିବ।
କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ ଚାଷୀଙ୍କୁ
ମିଳିବ କ୍ଷତି ପୂରଣ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା