ମପ୍ରର ଇନ୍ଦୋରରେ ମେଟ୍ରୋ ରେଳକର୍ମଚାରୀମାନେ ପାକିସ୍ଥାନ ଜିନ୍ଦାବାଦ ବୋଲି ସ୍ଲୋଗାନ ଦେଇଛନ୍ତି,ପ୍ରଧାନମନ୍ତ୍ରୀଙ୍କ ଉପରେ ଅଶ୍ଲୀଳ ମନ୍ତବ୍ୟ
ଇନ୍ଦୋର 16 ମଇ (ହି.ସ)-ମଧ୍ୟପ୍ରଦେଶର ଇନ୍ଦୋରରେ ମେଟ୍ରୋ ରେଳକର୍ମଚାରୀ ପାକିସ୍ଥାନ ଜିନ୍ଦାବାଦର ସ୍ଲୋଗାନ ଦେଇଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ।ଇନ୍ଦୋର ସହରର ଗାନ୍ଧୀନଗର ଅଞ୍ଚଳରେ ମେଟ୍ରୋ ପ୍ରୋଜେକ୍ଟର ଜଣେ କର୍ମଚାରୀ ପ୍ରଧ
ମପ୍ରର ଇନ୍ଦୋରରେ ମେଟ୍ରୋ ରେଳକର୍ମଚାରୀମାନେ ପାକିସ୍ଥାନ ଜିନ୍ଦାବାଦ ବୋଲି ସ୍ଲୋଗାନ ଦେଇଛନ୍ତି,ପ୍ରଧାନମନ୍ତ୍ରୀଙ୍କ ଉପରେ ଅଶ୍ଲୀଳ ମନ୍ତବ୍ୟ


ଇନ୍ଦୋର 16 ମଇ

(ହି.ସ)-ମଧ୍ୟପ୍ରଦେଶର ଇନ୍ଦୋରରେ ମେଟ୍ରୋ ରେଳକର୍ମଚାରୀ ପାକିସ୍ଥାନ ଜିନ୍ଦାବାଦର ସ୍ଲୋଗାନ

ଦେଇଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇଥିଲେ।ଇନ୍ଦୋର

ସହରର ଗାନ୍ଧୀନଗର ଅଞ୍ଚଳରେ ମେଟ୍ରୋ ପ୍ରୋଜେକ୍ଟର ଜଣେ କର୍ମଚାରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ

ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ଏବଂ ପାକିସ୍ଥାନ ଜିନ୍ଦାବାଦ ସ୍ଲୋଗାନ ଦେଇଥିଲେ। ସେ

ଏହା ମଧ୍ୟ କହିଥିଲେ ଯେ ସମଗ୍ର ଭାରତ ଗୋଟିଏ ରାତିରେ ସଫା ହୋଇଯିବ।ଜଣେ ଅଭିଯୁକ୍ତ ଯୁବକଙ୍କ

ପରିଚୟ ମୋହମ୍ମଦ ଜାବେଦ ପୁଅ କିତାବ ଅନ୍ସାରୀ ବୋଲି ଜଣାପଡିଛି।ପୋଲିସ ତାଙ୍କୁ ଗିରଫ କରିଛି।ଏହି

ମାମଲାରେ ଶ୍ରୀରାଜପୁତ କରଣୀ ସେନାର ଅଭଇଯୋଗକ୍ରମେ ଗାନ୍ଧଈନଗର ଥାନା ପୋଲିସ ଦେଶ ବିରୋଧୀ

କାର୍ଯ୍ୟକଳାପ ଏବଂ ପ୍ରଧାନମନ୍ତ୍ରୀ ଉପରେ ଅଶାଳୀନ ମନ୍ତବ୍ୟକୁ ନେଇ ଏଫଆଇଆରରୁଜୁ

କରାଯାଇଛି।ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜା ଚାଲିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande