ପଞ୍ଜାବ ପୋଲିସ ଆନ୍ତର୍ଜାତୀୟ ଡ୍ରଗ ସିଣ୍ଡିକେଟର କରିଛନ୍ତି ପର୍ଦ୍ଦାଫାଶ,ତରନତାରନରେ 85 କିଲୋ ହେରୋଇନ ଜବତ
ଚଣ୍ଡୀଗଢ 16ମଇ (ହି.ସ)-ପଞ୍ଜାବ ପୋଲିସ ନିଶା କାରବାର ବିରୁଦ୍ଧରେ ଚଳିତବର୍ଷ ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତରନତାରନରେ ଆନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ ଠାବ କରିଛି।ପୋଲିସ ଏଠାରୁ 45 କିଲୋଗ୍ରାମ ହେରୋଇନ ଜବତ କରିଛି।ଏହି ନେଟୱର୍କ ପାକିସ୍ଥାନୀ ଗୁଇନ୍ଦା
ପଞ୍ଜାବ ପୋଲିସ ଆନ୍ତର୍ଜାତୀୟ ଡ୍ରଗ ସିଣ୍ଡିକେଟର କରିଛନ୍ତି ପର୍ଦ୍ଦାଫାଶ,ତରନତାରନରେ 85 କିଲୋ ହେରୋଇନ ଜବତ


ଚଣ୍ଡୀଗଢ 16ମଇ (ହି.ସ)-ପଞ୍ଜାବ

ପୋଲିସ ନିଶା କାରବାର ବିରୁଦ୍ଧରେ ଚଳିତବର୍ଷ ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି

ତରନତାରନରେ ଆନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ ଠାବ କରିଛି।ପୋଲିସ ଏଠାରୁ 45 କିଲୋଗ୍ରାମ

ହେରୋଇନ ଜବତ କରିଛି।ଏହି ନେଟୱର୍କ ପାକିସ୍ଥାନୀ ଗୁଇନ୍ଦା ସମସ୍ଥା ଆଇଏସଆଇର ସୁରକ୍ଷାରେ

କରୁଥିଲା।ଯାହାକୁ ୟୁକେ ଡ୍ରଗ୍ସ ହ୍ୟାଣ୍ଡଲର ଲଲ୍ଲୀ ପରିଚାଳନା କରୁଥିଲେ।ପଞ୍ଜାବ ପେଲିସ

ମହାନିର୍ଦ୍ଦେଶକ ଗୌରବ ଯାଦବ ଶୁକ୍ରବାର କହିଛନ୍ତି ଯେ ଭାରତରେ ଏହି ନେଟୱର୍ର ମୁଖ୍ୟ ସଞ୍ଚାଳକ

ହେଉଛନ୍ତି ଅମୃତସରର ଭିଟ୍ଟେୱାଡ ବାସିନ୍ଦା ଅମରଜୋତ ସିଂହ ଓରଫ ଜୋତା ସିନ୍ଧୁ।ଯାହାକୁ ପୋଲିସ

ଗିରଫ କରିଥିଲା।ଏହି ଅମରଜୋତ ସୀମା ପାର ଚୋରାଚାଲାଣକାରୀଙ୍କଠାରୁ ଡ୍ରଗ୍ସର ସାମଗ୍ରୀ ଆଣି

ସେଗୁଡିକୁ ପଞ୍ଜାବର ବିଭିନ୍ନ ସ୍ଥାନକୁ ଯୋଗାଇଦେଉଥିଲେ।ପୋଲିସ ଅମରଜୋତଙ୍କୁ ଗିରଫ ପରେ ତାଙ୍କ

ଘର ଉପରେ ଚଢାଉ କରିଥିଲା।ଅମରଜୋତ ଏହି ନେଟୱର୍କର ମୁଖ୍ୟ ସ୍ଥାନ ତାଙ୍କ ଘରକୁ କରିଥିଲେ।ଡିଜିପି

ଯାଦବ କହିଛନ୍ତି ଯେ ପୋଲିସ ତାଙ୍କ ଆଡ୍ଡାରୁ 85 କିଲୋ ହେରୋଇନ ଜବତ କରିଛି।ଏ ସମ୍ପର୍କରେ

ଏଫଆଇଆର ପଞ୍ଜିକୃତ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande