ପଛୁଆବର୍ଗଙ୍କୁ ସାଧାରଣ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେଇ ସରକାର ଭଣ୍ଡେଇଛନ୍ତି-  ରଣେନ୍ଦ୍ର ପ୍ରତାପ ସ୍ବାଇଁ
ଭୁବନେଶ୍ୱର, 16 ମେ (ହି.ସ.)-- ଓବିସି ,ଏସଇବିସିଙ୍କ ପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଆ ଯାଇଥିବା ନିଷ୍ପତ୍ତି ଭଣ୍ଡେଇବା ଭଳି l ୫୪ ପ୍ରତିଶତ ଓବିସି ଏସଇବିସିଥିବା ବେଳେ ସାଧରଣ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାର ମାତ୍ର ୧୧ ପ୍ରତିଶତ ସଂରକ୍ଷଣ ବ୍
ପଛୁଆବର୍ଗଙ୍କୁ ସାଧାରଣ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେଇ ସରକାର ଭଣ୍ଡେଇଛନ୍ତି-  ରଣେନ୍ଦ୍ର ପ୍ରତାପ     ସ୍ବାଇଁ


ଭୁବନେଶ୍ୱର, 16 ମେ (ହି.ସ.)-- ଓବିସି ,ଏସଇବିସିଙ୍କ ପାଇଁ ରାଜ୍ୟ କ୍ୟାବିନେଟ୍

ବୈଠକରେ ନିଆ ଯାଇଥିବା ନିଷ୍ପତ୍ତି

ଭଣ୍ଡେଇବା ଭଳି l

୫୪

ପ୍ରତିଶତ ଓବିସି ଏସଇବିସିଥିବା ବେଳେ ସାଧରଣ ଶିକ୍ଷା କ୍ଷେତ୍ରରେ

ରାଜ୍ୟ ସରକାର ମାତ୍ର ୧୧ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି କହି ବର୍ଷିଛନ୍ତି ବିଜେଡି

ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ମେଡିକାଲ୍ ଇଞ୍ଜିନିରିଂ ଓ ବୃତ୍ତିଗତ ଶିକ୍ଷାରେ ୨୭ ପ୍ରତିଶତ ଓବିସି ଛାତ୍ରଛାତ୍ରୀଙ୍କ

ପାଇଁ ସଂରକ୍ଷଣ କରାଯାଉ ବୋଲି ସେ ଦାବି କରିଛନ୍ତି । ଯେଉଁମାନେ କହୁଥିଲେ ଜାତି ଭିତ୍ତିକ ଜନ

ଗଣନା କରିବାକୁ ଚାହୁନଥିଲେ, ଏବେ ସେହି ସରକାର ଜାତି ଭିତ୍ତିକ ଜନଗଣନା

କରିବେ l ସାମାଜିକ ନ୍ୟାୟ ନ ମିଳିବା ଯାଏ ଆନ୍ଦୋଳନ ଜାରୀ ରହିବ l

ବିଧାନସଭା

ଠାରୁ ରାଜରାସ୍ତାରେ ଲଢ଼େଇ ଜାରୀ ରହିବ l ଓବିସିଛାତ୍ରଛାତ୍ରୀମାନଙ୍କୁ

ତାଙ୍କର ହକ ଦେବାରୁ ବଞ୍ଚିତ ନକରନ୍ତୁ l ଜାତି ନାଁ ରେ ହେଉଥିବା ବାଛ ବିଚାରକୁ

ଆମେ ନିନ୍ଦା କରୁଛି l ରାଜ୍ୟ ସରକାର ଠିକଣା ଭାବେରେ ଏ

ବ୍ୟବସ୍ଥା କରନ୍ତୁ l ଭଣ୍ଡେଇବା ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି l

ତେଣୁ

ଯେଉଁ ଦିନ ବୈଷୟିକ ଶିକ୍ଷା ବ୍ୟବସ୍ଥାରେ ସଂରକ୍ଷଣ ବ୍ୟବସ୍ଥା କରିବେ ସେ ଦିନ ଆମେ ତାଙ୍କୁ

ଧନ୍ୟବାଦ୍ ଦେବୁ l ମେଡିକାଲ ଓ ଇଞ୍ଜିନିରିଂ ଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା କରାଯାଉ l

ଆମ

ରାଜ୍ୟରେ ଶୁନ ପ୍ରତିଶତ ସଂରକ୍ଷଣ ଥିବା ବେଳେ

ସବୁ ରାଜ୍ୟରେ ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି। ଆନ୍ଧ୍ରପ୍ରଦେଶ ସରକାର ଓବିସିଙ୍କୁ 27 ସଂରକ୍ଷଣ ବ୍ୟବସ୍ଥା

କରିଛନ୍ତି ବୋଲି ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande