ଶ୍ରୀନଗର ପରେ ଭୁଜ ଏୟାରବେସରେ ବାୟୁଯୋଦ୍ଧାଙ୍କ ଉତ୍ସାହ ବୃଦ୍ଧି କଲେ ପ୍ରତିରକ୍ଷାମନ୍ତ୍ରୀ
ନୂଆଦିଲ୍ଳୀ, 16 ମେ (ହି.ସ.) - ଅପରେସନ ସିନ୍ଦୂର ସ୍ଥଗିତ କରାଯିବା ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଗୁଜରାଟର ଭୁଜ ସ୍ଥିତ ବାୟୁସେନା ଷ୍ଟେସନରେ ବୀର ଯୋଦ୍ଧାଙ୍କ ଉତ୍ସାହ ବୃଦ୍ଧି କରିବାକୁ ପହଂଚିଛନ୍ତି । ସେ କହିଛନ୍ତି ଯେ, ପାକିସ୍ତାନ ମାଟିରେ ଲୁଚିଥିବା
ଶ୍ରୀନଗର ପରେ ଭୁଜ ଏୟାରବେସରେ ବାୟୁଯୋଦ୍ଧାଙ୍କ ଉତ୍ସାହ ବୃଦ୍ଧି କଲେ     ପ୍ରତିରକ୍ଷାମନ୍ତ୍ରୀ


ନୂଆଦିଲ୍ଳୀ, 16 ମେ (ହି.ସ.)

- ଅପରେସନ ସିନ୍ଦୂର ସ୍ଥଗିତ କରାଯିବା ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ

ଶୁକ୍ରବାର ଗୁଜରାଟର ଭୁଜ ସ୍ଥିତ ବାୟୁସେନା ଷ୍ଟେସନରେ ବୀର ଯୋଦ୍ଧାଙ୍କ ଉତ୍ସାହ ବୃଦ୍ଧି

କରିବାକୁ ପହଂଚିଛନ୍ତି ।

ସେ କହିଛନ୍ତି ଯେ, ପାକିସ୍ତାନ ମାଟିରେ ଲୁଚିଥିବା

ଆତଙ୍କବାଦର ଅଜଗରକୁ ମାଡିବା ପାଇଁ ଭାରତୀୟ ବାୟୁ ସେନା ପାଇଁ କେବଳ 23 ମିନିଟ୍‌ ହିଁ ଯଥେଷ୍ଟ

ଥିଲା। ଆମର ବାୟୁ ସେନା ଏକ ‘ଆକାଶ ସେନା’

ଅତୁଟ

ସାହସ, ବୀରତା ଓ ଶକ୍ତି ସହିତ ଆକାଶର ନୂଆ ଓ ଉଚ୍ଚ ଶିଖରକୁ ଛୁଇଁଛି। ଲୋକେ

ଯେତିକି ସମୟର ନିଜ ଜଳଖିଆ ଓ ପାଣି ପିଇବା ପାଇଁ ନେଉଛନ୍ତି, ସେତେ ସମୟ ମଧ୍ୟରେ

ଆପଣମାନେ ଶତ୍ରୁମାନଙ୍କୁ ସଫା କରିଦେଲେ। ଆପଣମାନେ ଶତ୍ରୁ ଦେଶର ସୀମା ଭିତରକୁ ପ୍ରବେଶ କରି ଯେ

ମିସାଇଲ୍‌ ମାଡ କରିଥିଲେ, ତାହାର ଶବ୍ଦ ପୂରା ଦୁନିଆ ଶୁଣିଥିଲା।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ମୁଁ ଗତକାଲି ଶ୍ରୀନଗରରେ ସେନାର ଆମ ବୀର ଯବାନମାନଙ୍କ

ସହିତ ଭେଟି ଫେରିଛି। କାଲି ମୁଁ ଭାରତର ଉତ୍ତର ଅଞ୍ଚଳରେ ଥିବା ଯବାନମାନଙ୍କ ସହିତ ମିଶିଥିଲି।

ଆଜି ମୁଁ ଭାରତର ପଶ୍ଚିମ ଅଞ୍ଚଳରେ ଥିବା ବାୟୁସେନାର ଯୋଧ୍ୟାମାନେ ଓ ଯବାନମାନଙ୍କ ସହିତ

ମିଶୁଛି। ଦୁଇଟି ମୋର୍ଚ୍ଚାରେ ମୁଁ ଯେପରି ଉଚ୍ଚ ଉତ୍ସାହ ଓ ଶକ୍ତି ଦେଖିଲି,

ତାହା

ଦେଖି ମୁଁ ନିଶ୍ଚିନ୍ତ ହୋଇପାରିଛି ଯେ ଭାରତର ସୀମାସମୂହ ଆପଣମାନଙ୍କର ଶକ୍ତିଶାଳୀ ବାହୁରେ

ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ।

ଭୁଜର ଏହି ଏୟାରବେସ 1965 ମସିହାରେ ପାକିସ୍ତାନ ବିରୋଧରେ ଆମର ବିଜୟର ସାକ୍ଷୀ ରହିଛି। ଏହି

ଭୁଜ 1971 ମସିହାରେ ମଧ୍ୟ ପାକିସ୍ତାନ ବିରୋଧରେ ଆମ ବିଜୟର ସାକ୍ଷୀ ହୋଇଛି। ଆଜି ପୁଣିଥରେ ଏହି

ଭୁଜ ପାକିସ୍ତାନ ବିରୋଧରେ ଆମ ବିଜୟର ଗୌରବମୟ ସାକ୍ଷୀ ହୋଇଛି। ଏଠାର ମାଟିରେ ଦେଶଭକ୍ତିର ସୁଗନ୍ଧ

ଅଛି, ତେଣୁ ଏଠାରେ ଥିବା ଯବାନମାନେ ଭାରତ ରକ୍ଷା ପାଇଁ ଅତୁଟ ସଂକଳ୍ପ ନେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande