ମେକ୍ସିକୋ ନୌସେନାର ଜାହାଜ ବ୍ରିଜ ସହ ଧକ୍କା, 2 ମୃତ, 19 ଆହତ
ନ୍ୟୁୟର୍କ, 18 ମେ (ହି.ସ.)- ଆମେରିକାର ନ୍ୟୁୟର୍କରେ ବଡ ଦୁର୍ଘଟଣା ଘଟିଛି । ମେକ୍ସିକୋ ନୌସେନାର ଟ୍ରେନିଂ ଜାହାଜ ବ୍ରୁକଲିନ ବ୍ରିଜରେ ଧକ୍କା ହୋଇଛି । ନ୍ୟୁୟର୍କ ସିଟିର ମେୟର ଏରିଫ ଏଡମ୍ସ କହିଛନ୍ତି ଯେ, ଦୁର୍ଘଟଣାରେ 2ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 19ଜଣ ଆହତ ହୋଇଛନ୍ତି ।
ମେକ୍ସିକୋ ନୌସେନାର ଜାହାଜ ବ୍ରିଜ ସହ ଧକ୍କା, 2 ମୃତ, 19 ଆହତ


ନ୍ୟୁୟର୍କ, 18 ମେ (ହି.ସ.)- ଆମେରିକାର ନ୍ୟୁୟର୍କରେ ବଡ ଦୁର୍ଘଟଣା ଘଟିଛି । ମେକ୍ସିକୋ ନୌସେନାର ଟ୍ରେନିଂ

ଜାହାଜ ବ୍ରୁକଲିନ ବ୍ରିଜରେ ଧକ୍କା ହୋଇଛି । ନ୍ୟୁୟର୍କ ସିଟିର ମେୟର ଏରିଫ ଏଡମ୍ସ କହିଛନ୍ତି

ଯେ, ଦୁର୍ଘଟଣାରେ 2ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 19ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ

2ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ନ୍ୟୁୟର୍କ ଫାୟାର ଡିପାର୍ଟମେଂଟ ମୁତାବକ ଦୁର୍ଘଟଣା ଶନିବାର ବିଳମ୍ବିତ ରାତିରେ ହୋଇଛି ।

ଦୁର୍ଘଟଣାର ତୁରନ୍ତ ପରେ ରେସକ୍ୟୁ ଅପରେସନ ଆରମ୍ଭ କରାଯାଇଥିଲା । ସମସ୍ତ ଆହତଙ୍କୁ ହସ୍ପିଟାଲରେ

ଭର୍ତ୍ତି କରାଯାଇଛି । ଦୁର୍ଘଟଣାର କାରଣ କଣ ତାର ତଦନ୍ତ ଚାଲିଛି । ଏହି ନୌସେନା

ଜାହାଜ ନୌସୈନିକ କ୍ୟାଡେଟଙ୍କୁ ଟ୍ରେନିଂ ଦେବା ପାଇଁ ବ୍ୟବହାର କରାଯାଇଥାଏ । ଏଥିରେ ପ୍ରାୟ 277

ଲୋକ ଥିଲେ, ଯେଉଁଥିରେ ନାବିକ, ଅଧିକାରୀ ଓ କ୍ୟାଡେଟ୍ ବି ସାମିଲ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande