ଗାଜାଷ୍ଟ୍ରିପ, 21 ମେ (ହି.ସ.)- ଇସ୍ରାଏଲ
ସେନା ପକ୍ଷରୁ ଗାଜା ଉପରେ କରାଯାଇଥିବା ବୋମା ବର୍ଷଣରେ ଆଜି ବୁଧବାର ସକାଳରୁ ଅତିକମରେ ୪୨ ଜଣ
ମୃତ୍ୟୁବରଣ କରିଛନ୍ତି। ଇସ୍ରାଏଲ ଏହି ଅଞ୍ଚଳରେ ଚାଲିଥିବା ଭୟାବହ ଯୁଦ୍ଧ ସଂପର୍କରେ ୟୁନାଇଟେଡ୍
କିଙ୍ଗଡମ୍ (ୟୁ.କେ.) ଓ ୟୁରୋପିୟ ସଂଘ ଦ୍ୱାରା ବ୍ୟକ୍ତ ଚିନ୍ତାକୁ ଖାରଜ କରିଦେଇଛି। ଜାତିସଂଘ ଚେତାବନୀ
ଦେଇଛି ଯେ,
୧୪,୦୦୦ ଶିଶୁ ଭୋକରେ ଅତ୍ୟନ୍ତ ଦୟନୀୟ
ଅବସ୍ଥାରେ ଅଛନ୍ତି। ଯଦି ୪୮ ଘଣ୍ଟା ମଧ୍ୟରେ ସେମାନଙ୍କୁ ଖାଦ୍ୟ ଉପଲବ୍ଧ ହେବା ନାହିଁ, ତେବେ ସେମାନଙ୍କ ଜୀବନ ଉପରେ ଗୁରୁତର ବିପଦ ସୃଷ୍ଟି ହେବ।
ଅଲ୍ ଜଜିରା ନ୍ୟୁଜ୍ର ଖବର
ଅନୁଯାୟୀ,
ଜାତିସଂଘ କହିଛି ଯେ ଇସ୍ରାଇଲୀ ପ୍ରତିବନ୍ଧକ କାରଣରୁ ଗାଜାରେ କୌଣସି
ସହାୟତା ବଣ୍ଟନ ସମ୍ଭବ ହୋଇନାହିଁ। କିଛି ଟ୍ରକ୍ ସହାୟତା ସାମଗ୍ରୀ ନେଇ ଗାଜା ଅଞ୍ଚଳକୁ ପ୍ରବେଶ
କରିଛି। ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଇସ୍ରାଇଲ ସହ ଯୁଦ୍ଧରେ ଏପର୍ଯ୍ୟନ୍ତ ଅତିକମରେ ୫୩,୫୭୩ ପାଲେଷ୍ଟାଇନ ମୃତ୍ୟୁବରଣ କରିଛନ୍ତି ଏବଂ ୧,୨୧,୬୮୮ ଜଣ ଆହତ ହୋଇଛନ୍ତି। ସରକାରୀ ମିଡିଆ ମୃତକଙ୍କ ସଂଖ୍ୟା ୬୧,୭୦୦ ରୁ ଅଧିକ ବୋଲି କହିଛି । ୨୦୨୩ ଅକ୍ଟୋବର ୭ ରେ ହମାସ ଆକ୍ରମଣ ସମୟରେ
ଇସ୍ରାଇଲରେ ଅତିକମରେ ୧,୧୩୯ ଜଣ ମୃତ୍ୟୁବରଣ କରିଥିଲେ ଏବଂ ୨୦୦ ରୁ ଅଧିକ ଲୋକଙ୍କୁ ବନ୍ଧକ ରଖାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା