ରାୟପୁର, 21 ମେ (ହି.ସ.)- ଛତିଶଗଡ଼କୁ
ରେଳସେବା କ୍ଷେତ୍ରରେ ଆଉ ଗୋଟିଏ ବଡ଼ ଭେଟି ମିଳିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଗୁରୁବାର ଭିସି ଜରିଆରେ ରାଜ୍ୟର ପାଞ୍ଚଟି ରେଳ ଷ୍ଟେସନର ଉଦ୍ଘାଟନ କରିବେ। ଏହି ସମସ୍ତ
ଷ୍ଟେସନଗୁଡ଼ିକୁ ‘ଅମୃତ
ଭାରତ ଷ୍ଟେସନ ଯୋଜନା’ ଅନ୍ତର୍ଗତରେ ନବନିର୍ମାଣ ଏବଂ ପୁନଃବିକାଶ କରାଯାଇଛି। ଏହି ଷ୍ଟେସନଗୁଡିକ ହେଲା
ଅମ୍ବିକାପୁର, ଉର୍କୁରା, ଡୋଙ୍ଗରଗଡ଼, ଭାନୁପ୍ରତାପପୁର ଏବଂ ଭିଳାଇ। କାର୍ଯ୍ୟକ୍ରମର ଆୟୋଜନ ଅମ୍ବିକାପୁରରେ
କରାଯିବ,
ଯେଉଁଠାରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଉପସ୍ଥିତ ରହିବେ। ଏହି
କାର୍ଯ୍ୟକ୍ରମ ସକାଳ ୯.୩୦ ରୁ ଆରମ୍ଭ ହେବ। ରାୟପୁର ସାଂସଦ ବ୍ରଜମୋହନ ଅଗ୍ରୱାଳ ଉର୍କୁରା
ଷ୍ଟେସନର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ।
ଛତିଶଗଡ଼ରେ ପ୍ରାୟ ୩୨ଟି
ରେଳ ଷ୍ଟେସନକୁ ‘ଅମୃତ
ଭାରତ ଯୋଜନା’ ଅନ୍ତର୍ଗତ
ଚୟନ କରାଯାଇଛି। ଏହି ଯୋଜନାର ମୋଟ ଅନୁମାନିତ ବ୍ୟୟ ୧୬୮୦ କୋଟି ଟଙ୍କା । ବର୍ତ୍ତମାନ
ପର୍ଯ୍ୟନ୍ତ ଏଥିରୁ ପାଞ୍ଚଟି ଷ୍ଟେସନର କାମ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ବର୍ତ୍ତମାନ ସେଗୁଡିକର
ଔପଚାରିକ ଭାବେ ଉଦ୍ଘାଟନ ପିଏମ ମୋଦି କରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା