ନୁଆଦିଲ୍ଲୀ
21 ମଇ (ହି.ସ)-ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ନ୍ୟାସନାଲ ହେରାଲ୍ଡ ସହ ଜଡିତ ଆଜି ଶୁଣାଣି ସମାପ୍ତ
କରିଛି।ଆଜି ଇଡି କୋର୍ଟରେ କହିଛନ୍ତି ଯେ ଗାନ୍ଧୀ ପରିବାର ଉପରେ ଅପରାଧରୁ ପ୍ରାପ୍ତ ଟଙ୍କାକୁ
ନିଜ ପାଖରେ ରଖିବା ଏବଂ ଏହାକୁ ଆଇନଗତ କରିବାର ଅଭିଯୋଗ ଅଛି।ସ୍ୱତନ୍ତ୍ର ଜଜ ବିଶାଳ ଗୋଗନେ ଏହି ମାମଲାରେ 2-8 ଜୁନ ପର୍ଯ୍ୟନ୍ତ ପ୍ରତିଦିନ ଶୁଣାଣି
କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଆଜି କୋର୍ଟ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେ ଚାର୍ଜସିଟ
ପ୍ରତି ଏହି ମାମଲାର ଅଭିଯୋଗକାରୀ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ପ୍ରଦାନ କରନ୍ତୁ।ଶୁଣାଣି ସମୟରେ ଅଭିଯୁକ୍ତଙ୍କ
ପକ୍ଷରୁ ଉପସ୍ଥିତ ଓକିଲ କହିଥିଲେ ଯେ ଚାର୍ଜସିଟରେ ବହୁତ କାଗଜପତ୍ର ଅଛି।ଏହାକୁ ପଢିବାକୁ ସମୟ
ଲାଗିବ।ଅଭିଯୁକ୍ତଙ୍କ ଏହି ଯୁକ୍ତିକୁ ଇଡି ବିରୋଧ କରି ଶୀଘ୍ର ଶୁଣାଣି କରିବାକୁ ନିର୍ଦ୍ଦେଶ
ଦେଇଛନ୍ତି ।ଶୁଣାଣି ସମୟରେ ଇଡି ପକ୍ଷରୁ ଏଏସଜୀ ଏସବୀ ରାଜୁ କହିଥିଲେ ଯେ ପ୍ରଥମ ଦୃଷ୍ଟିରୁ
ସୋନିୟାଗାନ୍ଧୀ,ରାହୁଲଗାନ୍ଧୀ, ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ମନି ଲ୍ୟାଣ୍ଡରିଂ ମାମଲା
ହୋଇଛି।ସେ କହିଛନ୍ତି ଯେ ଇଡି ନଭେମ୍ବର 2023ରେ ନ୍ୟାସନାଲ ହେରାଲ୍ଡ 751.9 କୋଟି ଟଙ୍କାର
ସମ୍ପତ୍ତି ଜବତ କରିଥିଲା।ଇଡି କହିଛି ଯେ ୟଙ୍ଗ ଇଣ୍ଡିଆ କମ୍ପାନୀର ଲାଭଦାୟକ ମାଲିକାନା ସର୍ବଦା
ସୋନିୟା ଗାନ୍ଧୀ ଏବଂ ରାହୁଳ ଗାନ୍ଧୀଙ୍କ ପାଖରେ ରହିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା