ନୂଆଦିଲ୍ଲୀ, ୨୩ ମଇ (ହି.ସ.) - ଲୋକସଭା ବାଚସ୍ପତି ଓମ୍ ବିର୍ଲା ରବିବାର, ମଇ ୨୫ ତାରିଖରୁ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ। ସେ ରବିବାର ଝାଡ଼ଖଣ୍ଡର ଜାମସେଦପୁରରେ ସିଂହଭୂମି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ôର ପ୍ଲାଟିନମ୍ ଜୟନ୍ତୀ ସମାରୋହରେ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିବେ।
ଝାଡ଼ଖଣ୍ଡ ଗସ୍ତ ସମୟରେ, ବିର୍ଲା ରାଂଚିର ବିର୍ସା ଚୌକରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ସେ ରାଂଚିର ଡଙ୍ଗ୍ରଟୋଲିର ସ୍ୱର୍ଣ୍ଣ ଭୁମି ଠାରେ ବିଭିନ୍ନ ସମାଜ ଦ୍ୱାରା ଆୟୋଜିତ ନାଗରିକ ସମାରୋହରେ ମଧ୍ୟ ଯୋଗଦେବେ ।
ଜାମସେଦପୁରରେ ସିଂହଭୂମ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ପ୍ଲାଟିନମ୍ ଜୁବୁଲି ସମାରୋହରେ କେନ୍ଦ୍ରମନ୍ତ୍ରୀ, ସାଂସଦ ଏବଂ ପୂର୍ବତନ ସାଂସଦମାନେ ମଧ୍ୟ ଯୋଗଦେବେ।
ସିଂହଭୂମି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଏସ୍ ସିସିଆଇ) ୧୯୪୮ ମସିହାରେ ପ୍ରତିଷ୍ଠା ହେବା ପରଠାରୁ ଝାଡ଼ଖଣ୍ଡର ଅର୍ଥନୈତିକ ପରିସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ଚାମ୍ବରର ପ୍ରାୟ ୧,୫୦୦ ସଦସ୍ୟ ଅଛନ୍ତି ଏବଂ ଏହା ପରୋକ୍ଷ ଭାବରେ ୧୭୫,୦୦୦ ରୁ ଅଧିକ ଲୋକଙ୍କ ସହିତ ସଂଯୋଗ ସ୍ଥାପନ କରିଛି।
------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ