ଅଗରତାଲା, ୯ ମଇ (ହି.ସ.)- ତ୍ରିପୁରାର ରାଜଧାନୀ ଅଗରତାଲାରେ ରେଳ ଷ୍ଟେସନରୁ ଏକ ଟ୍ରେନ୍ ରୁ ୮ଟି ପିସ୍ତଲ ଏବଂ ୧୬ଟି ଖାଲି ମେଗଜିନ ଜବତ କରାଯାଇଛି । ଗୁପ୍ତ ସୂଚନାକୁ ଭିତି କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା, ଯେତେବେଳେକି ପଞ୍ଜାବର ଫିରୋଜପୁରରୁ ଅଗରତାଲା ଅଭିମୁଖେ ଆସୁଥିବା ଏକ ଟ୍ରେନ୍ ର ତଲାସୀ ନିଆଯାଇଥିଲା, ସେହି ସମୟରେ ରେଲୱେ ପୋଲିସ ଦୁଇଟି ବ୍ୟାଗ୍ ରୁ ଏସବୁ ଅସ୍ତ୍ରଶସ୍ତ୍ର ଜବତ କରିଛି ।
ଜିଆରପି ପକ୍ଷରୁ ଆଜି କୁହାଯାଇଛି ଯେ, ଏପର୍ଯ୍ୟନ୍ତ ବ୍ୟାଗ୍ ର ମାଲିକଙ୍କ ବାବଦରେ କୌଣସି ସୂଚନା ମିଳିନାହିଁ ଏବଂ କେଉଁ ଉଦ୍ଦେଶ୍ୟରେ ଏହି ଅସ୍ତ୍ରଶସ୍ତ୍ର ଅଣାଯାଇଥିଲା ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ପୋଲିସର କହିଛି ଯେ, ଯାଂଚ୍ ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବ । ଏହି ଅଭିଯାନରେ ଆରପିଏଫ ର ଅତିରିକ୍ତ ସଚିବ ବି.କେ. ସିହ୍ନା ଏବଂ ଜିଆରପିଏଫ ର ପ୍ରଭାରୀ ଅଧିକାରୀ ତାପସ ଦାସ ସାମିଲ୍ ଥିଲେ । ବର୍ତମାନ ତଲାସୀ ଅଭିଯାନ ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ