ଜଗଦଳପୁର, ୯ ମଇ (ହି.ସ.)- ଛତିଶଗଡ଼-ତେଲେଙ୍ଗାନା ରାଜ୍ୟରେ ନକ୍ସଲ ସଂଗଠନର ତେଲେଙ୍ଗାନା କ୍ୟାଡ଼ର ମୁଖପାତ୍ର ପୋଷ୍ଟର ଜାରି କରି ୬ ମାସ ପର୍ଯ୍ୟନ୍ତ ଯୁଦ୍ଧବିରତିର ଘୋଷଣା କରିଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ନକ୍ସଲଙ୍କ ଦ୍ୱାରା ଏହି ବାର୍ତାକୁ ଶାନ୍ତି କମିଟି ଗଠନ କରିବାର କଥା କହିଛନ୍ତି ।
ନକ୍ସଲ ମୁଖପାତ୍ର ଜଗନ ପୋଷ୍ଟର ଜାରି କରି ୬ ମାସ ପର୍ଯ୍ୟନ୍ତ ଯୁଦ୍ଧବିରତିର ଘୋଷଣା କରିଛନ୍ତି । ନକ୍ସଲଙ୍କ ଦ୍ୱାରା ତେଲୁଗୁ ଭାଷାରେ ଜାରି ହୋଇଥିବା ଏହି ପୋଷ୍ଟରରେ ଲେଖାଯାଇଛି ଯେ, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏବଂ କବିତା ମଧ୍ୟ ଶାନ୍ତିବାର୍ତା ନିମନ୍ତେ ପ୍ରାରମ୍ଭ କରିବା ଏବଂ ଏଥି ନିମନ୍ତେ କମିଟି ଗଠନ କରିବା ନେଇ ନକ୍ସଲ ମାନେ ଏହାକୁ ଗର୍ବର କଥା ବୋଲି କହିଛନ୍ତି ।
ଏହି ପୋଷ୍ଟରରେ ଏହା ମଧ୍ୟ ଲେଖାଯାଇଛି ଯେ, ରାଜ୍ୟର ଅନେକ ବୁଦ୍ଧିଜିବୀ ବର୍ଗ ଏବଂ ଲୋକପ୍ରିୟ ବ୍ୟକ୍ତିବିଶେଷ ମାନେ ଏହି ପ୍ରସଙ୍ଗ ଉପରେ ଅଭିଯାନ ଚଳାଇଛନ୍ତି । ନକ୍ସଲ ମୁଖପାତ୍ରଙ୍କ କହିବା ଅନୁଯାୟୀ, ବାର୍ତା ପ୍ରକ୍ରିୟାକୁ ରାଜ୍ୟ ଏବଂ ଦେଶରେ ଗଣତାନ୍ତ୍ରିକ ମାହୋଲ୍ ବନାଇବାର ପ୍ରୟାସ ରୂପେ ବୁଝିଯିବା ଆବଶ୍ୟକ । ଏହି ପ୍ରୟାସକୁ ସକରାତ୍ମକ ପ୍ରଭାବ ଦେବା ନିମନ୍ତେ ସେ ୬ ମାସ ପର୍ଯ୍ୟନ୍ତ ଯୁଦ୍ଧବିରତି ଘୋଷଣା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ