ରାୟପୁର, ୯ ମଇ (ହି.ସ.)- ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ୨୦୨୫ ନିମନ୍ତେ କେନ୍ଦ୍ର ସରକାର ନାମାଙ୍କନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ୫ ବର୍ଷରୁ ୧୮ ବର୍ଷ ବୟସ (୩୧ ଜୁଲାଇ ୨୦୨୫ ସୁଦ୍ଧା) ଏଭଳି ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଯେଉଁମାନେ କି ବାହାଦୁରୀ କାର୍ଯ୍ୟ, ସାମାଜିକ ସେବା, ପରିବେଶ ସଂରକ୍ଷଣ, କ୍ରୀଡ଼ା, କଳା-ସଂସ୍କୃତି ଏବଂ ବିଜ୍ଞାନ- ବୈଷୟିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବେ ।
ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ସୂଚନା ଦେଇଛନ୍ତି ଯେ, ନାମାଙ୍କନ ଷଗ୍ଧଗ୍ଧକ୍ଟ୍ରଗ୍ଦ://ବଙ୍ଗବକ୍ସୟଗ୍ଦ.ଶକ୍ଟଙ୍ଖ.ସଦ୍ଭ/ ପୋର୍ଟାଲ ମାଧ୍ୟମରେ କେବଳ ଅନ୍ ଲାଇନ ସ୍ୱୀକାର କରାଯିବ । ଶିଶୁମାନଙ୍କ ନିମନ୍ତେ ନାମାଙ୍କନର ଆୟୁ ସୀମା ୫ରୁ ୧୮ ବର୍ଷ ସ୍ଥିର କରାଯାଇଛି । କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଏଭଳି ପ୍ରତିଭାଶାଳୀ ଶିଶୁ ମାନଙ୍କ ନାମାଙ୍କନ କରିପାରିବେ । ଇଚ୍ଛୁକ ପିଲାମାନେ ନିଜେ ମଧ୍ୟ ଆବେଦନ କରିପାରିବେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ