ନଆଦିଲ୍ଲୀ
9 ମଇ (ହି.ସ)-କେନ୍ଦ୍ର ସରକାର ଜାମ୍ମୁକାଶ୍ମୀରର ରାଜୌରୀରେ ସେନା ବିଗ୍ରେଡ ଉପରେ ଆତ୍ମଘାତୀ
ଏବଂ ପଞ୍ଜାବର ଜାଳନ୍ଧରରେ ଡ୍ରୋନ ଆକ୍ରମଣ ଦାବିକୁପ୍ରତ୍ୟାଖ୍ୟାନ କରିଛନ୍ତି।କୁହାଯାଇଛି ଯେ ସୋଶିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଖବର
ଏବଂ ଭିଡିଓଗୁଡିକ ନକଲି।
ଭାରତ
ସରକାରଙ୍କ ପ୍ରେସ ଏବଂ ସୁଚନା କାର୍ଯ୍ୟାଳୟ (ପୀଆଇବୀ)ର ତଥ୍ୟ ଯାଞ୍ଚ ଶାଖା ଜାଣିବାକୁ ପାଇଛି ଯେ ଜାମ୍ମୁକାଶ୍ମୀରରେ
କୌଣସି ସେନା ଶିବିରରେ କୌଣସି ଫିଦାୟୀନ କିମ୍ବା ଆତ୍ମଘାତୀ ଆକ୍ରମଣ ହୋଇନାହିଁ ଏବଂ ଜାଳନ୍ଧରରେ ଡ୍ରୋନ ଆକ୍ରମଣ ଦାବି କରୁଥିବା ଭିଡିଓ ଏକ
କ୍ଷେତରେ ଅଗ୍ନିକାଣ୍ଡ ଘଟଣା ସହିତ ଜଡିତ।ଉଲ୍ଲେଖନୀୟ ଯେ ଭାରତୀୟ ସେନାର ଅପରେସନ ସିନ୍ଦୁର
ଅଧୀନରେ ପାକିସ୍ଥାନ ଏବଂ ପିଓକେରେ ଅବସ୍ଥିତ ନଅଟି ପ୍ରମୁଖ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିବା
ପରେ ପାକିସ୍ଥାନ ଆତଙ୍କିତ ଅବସ୍ଥାରେ ଅଛି।ପାକିସ୍ଥାନ ରାତିରେ ଭାରତର ଅନେକ ସାମରିକ ଏବଂ
ବେସାମରିକ ଅଞ୍ଚଳ ଉପରେ ବିଶେଷକରି ଜାମ୍ମୁ ସହରରେ ଆକ୍ରମଣ କରିବାକୁ ଚେଷ୍ଟା କରଥିଲା।ଭାରତୀୟ
ସୁରକ୍ଷାବାହିନୀ ତାଙ୍କୁ ସମ୍ପର୍ଣ୍ଣ ବିଫଳ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା