ଭାରତ-ପାକିସ୍ତାନ ବିବାଦ ମଧ୍ୟର 8ରାଜ୍ୟର 29ଟି ଏୟାରପୋର୍ଟ ମେ 10ଯାଏ ବନ୍ଦ, ଅନେକ ଉଡାଣ ରଦ୍ଦ
ନୂଆଦିଲ୍ଲୀ, 9 ମେ (ହି.ସ.)- ଆକାଶ କ୍ଷେତ୍ର ସହିତ ସଂପର୍କିତ ପ୍ରତିବନ୍ଧକ କାରଣରୁ କିଛି ଉଡାଣ ପ୍ରଭାବିତ ହୋଇଥିବା ବେଳେ, 8 ରାଜ୍ୟର 29ଟି ଏୟାରପୋର୍ଟ୍ସକୁ ମେ 10 ଯାଏ ଯାତାୟତ ପାଇଁ ବନ୍ଦ କରିଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ଯେଉଁ ରାଜ୍ୟର ଏୟାରପୋର୍ଟକୁ ବନ୍ଦ କର
ଭାରତ-ପାକିସ୍ତାନ ବିବାଦ     ମଧ୍ୟର 8ରାଜ୍ୟର 29ଟି ଏୟାରପୋର୍ଟ ମେ 10ଯାଏ ବନ୍ଦ, ଅନେକ ଉଡାଣ ରଦ୍ଦ


ନୂଆଦିଲ୍ଲୀ, 9 ମେ (ହି.ସ.)- ଆକାଶ

କ୍ଷେତ୍ର ସହିତ ସଂପର୍କିତ ପ୍ରତିବନ୍ଧକ କାରଣରୁ କିଛି ଉଡାଣ ପ୍ରଭାବିତ ହୋଇଥିବା ବେଳେ, 8

ରାଜ୍ୟର 29ଟି ଏୟାରପୋର୍ଟ୍ସକୁ ମେ 10 ଯାଏ ଯାତାୟତ ପାଇଁ ବନ୍ଦ କରିଦିଆଯାଇଛି । ସୁରକ୍ଷା

ଦୃଷ୍ଟିରୁ ଯେଉଁ ରାଜ୍ୟର ଏୟାରପୋର୍ଟକୁ ବନ୍ଦ କରାଯାଇଛି ସେଥିରେ ଜମ୍ମୁ କଶ୍ମୀର, ହିମାଚଳ

ପ୍ରଦେଶ, ପଂଜାବ, ହରିୟାଣା, ରାଜସ୍ଥାନଳ ଗୁଜରାଟ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶ ସାମିଲ ରହିଛି

ବେସାମରିକ ବିମାନ ଚଳାଚଳ

ସୁରକ୍ଷା ବ୍ୟୁରୋ ଜାରି କରିଥିବା ଆଡଭାଇଜରି ପରେ ବିମାନ କଂପାନୀ ଶୁକ୍ରବାର ଯାତ୍ରୀଙ୍କୁ ନିଜ

ନିଜ ଏୟାରପୋର୍ଟରେ ନିର୍ଦ୍ଧାରିତ ସମୟରେ ପହଂଚିବାକୁ ପରାମର୍ଶ ଦେଇଛନ୍ତି । ସେହିପରି

ଇଣ୍ଡିଗୋ ଓ ଏୟାର ଇଣ୍ଡିଆ ଏୟାରଲାଇନ୍ସ ମେ 10 ରାତି 12ଟା ଯାଏ ଶ୍ରୀନଗର, ଜମ୍ମୁ, ଅମୃତସର,

ଲେହ, ଚଣ୍ଡିଗଡ, ଧର୍ମଶାଳା, ବିକାନେର, ଯୋଧପୁର, କିଶନଗଡ ଓ ରାଜକୋଟକୁ ତାର ଫ୍ଲାଇଟ ରଦ୍ଦ

କରିଛି ।

ଭାରତରେ ପାକିସ୍ତାନ ଦ୍ୱାରା

ଡ୍ରୋନ୍ ଆକ୍ରମଣ ପରେ ସିଭିଲ୍ ଏଭିଏସନ୍ ବିଭାଗ ଏକ ନୂଆ ଆଡଭାଇଜରି ଜାରି କରିଛି। ଏହାକୁ

ଦୃଷ୍ଟିରେ ରଖି, ବର୍ତ୍ତମାନ

ଯାତ୍ରୀମାନଙ୍କୁ ଦୁଇଟି ସୁରକ୍ଷା ଯାଞ୍ଚ ମାଧ୍ୟମରେ ଯିବାକୁ ପଡିବ। ଏହି ପରିପ୍ରେକ୍ଷୀରେ ଏୟାର

ଇଣ୍ଡିଆ,

ଆକାସା, ସ୍ପାଇସଜେଟ୍ ଓ ଇଣ୍ଡିଗୋ ଏୟାରଲାଇନ୍ ଯାତ୍ରୀମାନେ ଉଡ଼ାଣ ପୂର୍ବରୁ 3

ଘଣ୍ଟା ଆଗରୁ ବିମାନ ବନ୍ଦରକୁ ପହଞ୍ଚିବାକୁ କହିଛନ୍ତି।

ଏହାରି ମଧ୍ୟରେ ଦିଲ୍ଲୀ

ବିମାନ ବନ୍ଦର ପକ୍ଷରୁ କୁହାଯାଇଛି ଯେ, ବିମାନବନ୍ଦରରେ ସାଧାରଣ କାର୍ଯ୍ୟସୂଚୀ ଚାଲିଛି, କିନ୍ତୁ କିଛି ଉଡ଼ାଣ ଉପରେ ଏୟାରସ୍ପେସ୍ ଓ ସୁରକ୍ଷା କାରଣରୁ ପ୍ରଭାବ

ପଡ଼ିଛି।

ଏୟାର ଇଣ୍ଡିଆ ଏକ୍ସରେ

ଜାରି କରାଯାଇଥିବା ବିବୃତିରେ କୁହାଯାଇଛି ଯେ, ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି ଦ୍ୱାରା ଜାରି ହୋଇଥିବା

ନିର୍ଦ୍ଦେଶ ଅନୁଯାୟୀ ଭାରତ ସହିତ ସମସ୍ତ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି

କରାଯାଇଛି। ଯାତ୍ରୀମାନେ ତାଙ୍କର ଉଡ଼ାଣ ସମୟରୁ ଅତି କମରେ 3 ଘଣ୍ଟା ପୂର୍ବରୁ ବିମାନ ବନ୍ଦରକୁ

ପହଞ୍ଚିବା ପାଇଁ ଉପଦେଶ ଦିଆଯାଉଛି, ଯାହାଦ୍ୱାରା ଚେକ୍-ଇନ୍ ଓ ବୋର୍ଡିଂରେ ଅସୁବିଧା ନ ହୁଏ। ଚେକ୍-ଇନ୍

ଉଡ଼ାଣ ସମୟରୁ 75 ମିନିଟ୍ ପୂର୍ବରୁ ବନ୍ଦ ହୋଇଯାଏ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande