ପାକିସ୍ଥାନ ଏବେ ନିଜ ଅସ୍ତିତ୍ୱ ପାଇଁ ସଙ୍ଘର୍ଷ କରୁଥିବା ଦେଖାଯିବ:ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ 9 ମଇ (ହି.ସ)-ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପାକିସ୍ତାନକୁ ଆତଙ୍କବାଦଙ୍କ ପ୍ରସଙ୍ଗରେ ଘେରି କହିଛନ୍ତି ଯେ ସେ ଏତେ ବଡ ଦୁଃସାହସ କରିଛି ଯେ ଏବେ ଏହାକୁ ନିଜ ଅସ୍ତିତ୍ୱ ପାଇଁସଙ୍ଘର୍ଷ କରୁଥିବାର ଦେଖାଯିବ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପାକିସ୍ଥାନର ଆତଙ୍କବାଦୀ ଚେହେରା ଏବେ ବିଶ୍ୱ ସମ୍ମୁଖରେ
ପାକିସ୍ଥାନ ଏବେ ନିଜ ଅସ୍ତିତ୍ୱ ପାଇଁ ସଙ୍ଘର୍ଷ କରୁଥିବା ଦେଖାଯିବ:ଯୋଗୀ ଆଦିତ୍ୟନାଥ


ଲକ୍ଷ୍ନୌ 9 ମଇ (ହି.ସ)-ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପାକିସ୍ତାନକୁ ଆତଙ୍କବାଦଙ୍କ ପ୍ରସଙ୍ଗରେ ଘେରି କହିଛନ୍ତି ଯେ ସେ ଏତେ ବଡ ଦୁଃସାହସ କରିଛି ଯେ ଏବେ ଏହାକୁ ନିଜ ଅସ୍ତିତ୍ୱ ପାଇଁସଙ୍ଘର୍ଷ କରୁଥିବାର ଦେଖାଯିବ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପାକିସ୍ଥାନର ଆତଙ୍କବାଦୀ ଚେହେରା ଏବେ ବିଶ୍ୱ ସମ୍ମୁଖରେ ଖୋଲା ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଜି ମହାରାଣା ପ୍ରତାପ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାକିସ୍ଥାନ ଉପରେ ଏହି ମନ୍ତବ୍ୟ ଦେଇଛନ୍ତି।ସେ 22 ଅପ୍ରେଲରେ ପହଲଗ୍ରାମରେ ଆତଙ୍କବାଦୀ ଆକ୍ରମଣ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ଏହି ଘଟଣା ପରେ ପ୍ରତ୍ୟକ ଭାରତୀୟ ପାକିସ୍ଥାନକୁ ଉଚିତ ଶିକ୍ଷା ଦେବାକୁ ସଂକଳ୍ପବଦ୍ଧ ଥିଲେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମର ତିନି ସେନା ପାକିସ୍ଥାନକୁ ଉଚିତ ଜବାବ ଦେଇଛନ୍ତି।ଆଜି ପାକିସ୍ଥାନ ବିଶ୍ୱରେ ଏକାକୀ ହୋଇଯାଇଛି ଏବଂ ଆର୍ତ୍ତନାଦ କରୁଥିବା ଦେଖାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande