ପାକିସ୍ଥାନକୁ ଜବାବ ଦେବା ପରେ ରାଜସ୍ଥାନର ସୀମାନ୍ତ ଅଞ୍ଚଳରେ ଉତ୍ତେଜନା
ଜୟପୁର 9 ମଇ (ହି.ସ)-ଜାମ୍ମୁକାଶ୍ମୀରର ପହଲଗ୍ରାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକ (ଅପରେସନ ସିନ୍ଦୁର)ପରେ ପାକିସ୍ଥାନ ପୁଣି ଥରେ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳଗୁଡିକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା।ସାତ ଏବଂ ଆଠ ମଇ ରାତିରେ ପାକିସ୍ଥାନ ରାଜସ୍ଥାନର ନ
ପାକିସ୍ଥାନକୁ ଜବାବ ଦେବା ପରେ ରାଜସ୍ଥାନର ସୀମାନ୍ତ ଅଞ୍ଚଳରେ ଉତ୍ତେଜନା


ଜୟପୁର 9 ମଇ (ହି.ସ)-ଜାମ୍ମୁକାଶ୍ମୀରର ପହଲଗ୍ରାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକ (ଅପରେସନ ସିନ୍ଦୁର)ପରେ ପାକିସ୍ଥାନ ପୁଣି ଥରେ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳଗୁଡିକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା।ସାତ ଏବଂ ଆଠ ମଇ ରାତିରେ ପାକିସ୍ଥାନ ରାଜସ୍ଥାନର ନାଳ(ବୀକାନେର),ଫଲୋଦୀ ଏବଂ ଉତ୍ତରଲାଇ (ବାଡମେର)ସ୍ଥିତ ତିନୋଟି ପ୍ରମୁଖ ଏୟରବେସ ସମେତ ମୋଟ ପାଞ୍ଚୋଟି ସାମରିକ ଘାଟି ଉପରେ ମିସାଇଲ ଏବଂ ଡ୍ରୋନ ଆକ୍ରମଣ କରିଥିଲା।ତଥାପି ଭାରତୀୟ ସେନା ପୁର୍ବରୁ ଏସ -400 ଏୟର ଡିଫେନ୍ସ ସିଷ୍ଟମକୁ ସକ୍ରିୟ କରିଥିଲା,ଯାହା ଯୋଗୁଁ ସମସ୍ତ କ୍ଷେପଣାସ୍ତ୍ର ଏବଂ ଡ୍ରୋନଗୁଡିକ ମଝି ଆକାଶରେ ଧ୍ୱଂସ କରାଯାଇଥିଲା। ଗୁରୁବାର ରାତିରେ ପାକିସ୍ଥାନ ମଧ୍ୟ ଜୈସଲମେର ଏବଂ ପୋକରଣରେ ମଧ୍ୟ ଡ୍ରୋନ (ସ୍ୱାର୍ମ ଆଟାକ)ସାହାଯ୍ୟରେ ଆକ୍ରମଣ କରିଥିଲା,ଯାହାକୁ ସେନା ସତର୍କତାର ସହ ବିଫଳ କରିଥିଲା। ପ୍ରତିରକ୍ଷା ମନ୍ତ୍ରାଳୟ ଅନୁସାରେ ଏହି ଆକ୍ରମଣ ଭାରତୀୟ ବାୟୁସୀମାର ଏକ ଗମ୍ଭୀର ଉଲଙ୍ଘନ ଥିଲା,କିନ୍ତୁ ସେନା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିପଦକୁ ଏଡାଇ ଦେଇଥିଲା।ପରିସ୍ଥିତିକୁ ବିଚାରକୁ ନେଇ ଜୋଧପୁର,ଜୈସଲମେର,ବାଡମେର,ବୀକାନେର,ଶ୍ରୀଗଙ୍ଗାନଗର ଏବଂ ପାଲୀରେ ରାତିସାରା ବ୍ଲାକଆଉଟ ରହିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande