ଲକ୍ଷ୍ନୌ 9 ମଇ
(ହି.ସ)-ଲକ୍ଷ୍ନୌର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଶୁକ୍ରବାର ସକାଳେ ଏୟାରପ୍ଲେନରେ ବିଶ୍ୱବ୍ୟାଙ୍କର
ଅଧ୍ୟକ୍ଷ ଅଜୟ ବଙ୍ଗା ପହଁଞ୍ଚିଥିଲେ।ବିଶ୍ୱ ବ୍ୟଙ୍କର ଅଧ୍ୟକ୍ଷ ଅଜୟ ବଙ୍ଗା ଲକ୍ଷ୍ନୌ ପହଁଞ୍ଚିବା
ମାତ୍ରେ ସୁରକ୍ଷାକର୍ମୀ ତାଙ୍କୁ ସୁରକ୍ଷା ଘେରକୁ ନେଇଗଲେ।କଡା ସୁରକ୍ଷା ବଳୟ ମଧ୍ୟରେ ଅଜୟ
ବଙ୍ଗା ବିମାନବନ୍ଦରରୁ ବାହାରି ଆସିଲେ।
ପ୍ରାପ୍ତ ସୁଚନା ଅନୁଯାୟୀ
ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ଅଜୟ ବଙ୍ଗା ଆଜି ଦିନିକିଆ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ମୁଖ୍ୟ
ସଚିବଙ୍କ ଉପସ୍ଥିତିରେ ଅଂଶୀଦାରମାନଙ୍କ ସହିତ ରାଉଣ୍ଡ ଟେବୁଲ ବୈଠକ କରିବେ।ଏହି ସମୟରେ
ବିଶ୍ୱବ୍ୟଙ୍କର ଅଧ୍ୟକ୍ଷ ଅଜୟ ବଙ୍ଗାମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।ଲକ୍ଷ୍ନୌରେଚିନହଟ ଅଞ୍ଚଳରେ ନିର୍ମିତ ଟେକ ହୋମ ରାଶନ
(ଟୀଏଚଆର)ପ୍ଲାଣ୍ଟର ମଧ୍ୟ ଅଜୟ ବଙ୍ଗା ପରିଦର୍ଶନ କରିପାରନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା