ଟିୟକର ଜାଂଜିମୁଖରେ ବନ୍ୟାର ତାଣ୍ଡବ, ୮ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ
ଜୋରହାଟ(ଆସାମ), ୧ ଜୁନ୍ (ହି.ସ.)- ଚଳିତ ବର୍ଷର ପ୍ରଥମ ବର୍ଷାରେ ରାଜ୍ୟରେ ବନ୍ୟା ପରିସ୍ଥିତି ଭୟାବହ ରୂପ ଧାରଣ କରିଛି । ବନ୍ୟା ଯୋଗୁଁ ଜୋରହାଟ ଜିଲ୍ଲାର ଟିୟକ ସ୍ଥିତ ଜାଂଜିମୁଖ ଅଂଚଳର ଲୋକଙ୍କୁ ଭୟାବହ ସ୍ଥିତିର ସାମ୍ନା କରିବାକୁ ପଡୁଛି । ଗତ କିଛି ଦିନ ଧରି ଲଗାଣ ବର୍ଷା ଫଳରେ ବ୍ରହ୍ମପୁତ୍ର ନଦୀର ଜ
ଟିୟକର ଜାଂଜିମୁଖରେ ବନ୍ୟାର ତାଣ୍ଡବ, ୮ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ


ଜୋରହାଟ(ଆସାମ), ୧ ଜୁନ୍ (ହି.ସ.)- ଚଳିତ ବର୍ଷର ପ୍ରଥମ ବର୍ଷାରେ ରାଜ୍ୟରେ ବନ୍ୟା ପରିସ୍ଥିତି ଭୟାବହ ରୂପ ଧାରଣ କରିଛି । ବନ୍ୟା ଯୋଗୁଁ ଜୋରହାଟ ଜିଲ୍ଲାର ଟିୟକ ସ୍ଥିତ ଜାଂଜିମୁଖ ଅଂଚଳର ଲୋକଙ୍କୁ ଭୟାବହ ସ୍ଥିତିର ସାମ୍ନା କରିବାକୁ ପଡୁଛି । ଗତ କିଛି ଦିନ ଧରି ଲଗାଣ ବର୍ଷା ଫଳରେ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବୃଦ୍ଧି ପାଇଛି । ଯଦ୍ୱାରା କେତେକ ଗ୍ରାମ ଜଳମଗ୍ନ ହୋଇଯାଇଛି । ଇତିମଧ୍ୟରେ ଅଂଚଳରେ ୨୦ରୁ ଅଧିକ ଗ୍ରାମ ବନ୍ୟାପାଣିରେ ବୁଡି ଯାଇଛି ।

ଇତିମଧ୍ୟରେ ଜାଂଜିମୁଖର ଜାଂଜି ନଦୀ ଉପରେ ରହିଥିବା ବୋରାଲିମାରା, ପ୍ଲାଟଫର୍ମ ଅଂଚଳରେ ଲୋକଙ୍କ ଯାତାୟାତ ନିମନ୍ତେ ତିଆରି ହୋଇଥିବା ବାଂଉଶର ପୋଲ ପ୍ରଖର ଜଳସ୍ରୋତରେ ଭାସି ଯାଇଛି । ଫଳରେ ୮ଟି ଗ୍ରାମ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande