ବଲାଙ୍ଗିର, ୧୦ ଜୁନ୍ (ହି.ସ.) - ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତ ବରତୁଣ୍ଡା ଗ୍ରାମର ନାରାୟଣ ସୁଲିଆ ତାମିଲନାଡୁର ଇଟା ଭାଟିକୁ ଶ୍ରମିକ ଭାବେ କାମ କରିବାକୁ ଯାଇ ସେଠାରେ ମୃତ୍ୟୁ ବରଣ କରିଥିଲେ । ସେଠାରେ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା । ନିର୍ଯ୍ୟାତନା ଓ ଚିକିତ୍ସା ଅବହେଳା ଯୋଗୁଁ ଇଟାଭାଟିରେ ମୃତ୍ୟୁ ହୋଇଥିଲା । ଗାଁକୁ ଶ୍ରମିକଙ୍କ ଶବ ମଧ୍ୟ ଫେରି ପାରିନଥିଲା । ଏହି ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଥିଲା । ଶ୍ରମ ବିଭାଗ ପୀଡିତଙ୍କ ପରିବାରକୁ ପହଂଚି ପାରିନଥିଲା । ଶ୍ରମିକଙ୍କ ମୃତ୍ୟୁ ପରେ ପରିବାର ଲୋକେ ଅସହାୟ ହୋଇ ପଡିଛନ୍ତି । ମଙ୍ଗଳବାର ଦିନ ବଙ୍ଗୋମୁଣ୍ଡା ସରପଂଚ ସଂଘ ସଭାପତି ତଥା ବିଜେଡି ନେତା ଅଜିତ ଯୋଶୀ ଏହି ଅସହାୟ ପରିବାରଙ୍କ ଘରକୁ ପହଂଚି ସମବେଦନା ଜଣାଇବା ସହ ଶୁଖିଲା ଖାଦ୍ୟ ସାମଗ୍ରୀ ସହଯୋଗ କରିଥିଲେ । ଶ୍ରମ ବିଭାଗ ତରଫରୁ କୌଣସି ପଦକ୍ଷେପ ନେଇନ ଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ।
--------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ