ଯୋଗ ଦିବସ ଏବଂ ସବୁଜ ସମ୍ବଲପୁର ମିଶନ ପାଇଁ ପ୍ରସ୍ତୁତି ବୈଠକ
ଯୋଗ ଦିବସ ଏବଂ ସବୁଜ ସମ୍ବଲପୁର ମିଶନ ପାଇଁ ପ୍ରସ୍ତୁତି ବୈଠକ
ଯୋଗ ଦିବସ ଏବଂ ସବୁଜ ସମ୍ବଲପୁର ମିଶନ ପାଇଁ ପ୍ରସ୍ତୁତି ବୈଠକ


ସମ୍ବଲପୁର, ୧୧ ଜୁନ୍ (ହି.ସ.)ଆଜି ଅପରାହ୍ନ ୪ ଟାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ପରିସରରେ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଙ୍କ ଅଧ୍ୟକ୍ଷତା ରେ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ଏବଂ ସବୁଜ ସମ୍ବଲପୁର ମିଶନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପରିଚାଳନା ଓ ସମୟବ୍ୟବସ୍ଥା ପ୍ରସ୍ତୁତି, ଅଧିକାରୀ ଓ ଅଂଶଗ୍ରହଣକାରୀଙ୍କ ସକ୍ରିୟତା ,ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଯୋଗ ଅଭ୍ୟାସ ଓ ସାଧାରଣ ଲୋକଙ୍କ ସହଯୋଗ , ଆବଶ୍ୟକ ଉପକରଣ, ସାଉଣ୍ଡ ସିଷ୍ଟମ୍, ଷ୍ଟେଜ୍, ଫାଷ୍ଟ ଏଡ଼ , ସାମୁଦାୟିକ ପ୍ରଚାର ପ୍ରସାର ଉପରେ ଆଲୋଚନା ହୋଇଥିଲା ।ସବୁଜ ସମ୍ବଲପୁର ମିଶନ ଅନ୍ତର୍ଗତ ରେ ଉପସ୍ଥିତ ସମସ୍ତ ଅନୁଷ୍ଠାନ , ସମସ୍ତ ସରକାରୀ ଏବଂ ଅଣ ସରକାରୀ ସଂଗଠନ କୁ ବୃକ୍ଷ ରୋପଣ କରିବା ଏବଂ ତାହାର ଯତ୍ନ ନେବାକୁ ପ୍ରୋତ୍ସାହିତ କରିଥିଲେ ।

ଏହି ବୈଠକରେ ଡ଼ି.ଏଫ.ଓ ଶ୍ରୀ କଳିଙ୍ଗ ଗୋରଖ ୱାମନ ,ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ଶ୍ରୀ ବେଦ ଭୂଷଣ ଶୁଭ୍ରା ପଣ୍ଡା ,ଅତିରିକ୍ତ ଜିଲ୍ଲାପାଳ( ରାଜସ୍ବ) ଶ୍ରୀ ସୁଧାଂଶୁ ଭୋଇ , ମୁଖ୍ୟ ଉନ୍ନୟନ ଅଧିକାରୀ ,ଜିଲ୍ଲା ପରିଷଦ ଶ୍ରୀ ପ୍ରସନ୍ନ ପାତ୍ର , ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଓ ବିଭିନ୍ନ ଅଣ ସରକାରୀ ସଂଗଠନ ପ୍ରମୁଖ ଉପସ୍ଥିତ ଥାଇ ଯୋଗଦାନ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande