ଜୟପୁର, ୧୩ ଜୁନ୍ (ହି.ସ.)- ମକା ବୋଝେଇ ଟ୍ରକ ଠିଆ ହୋଇଥିବା ବେଳେ ଦୁଗ୍ଧ ଟେଙ୍କର ଏହାର ପଛ ପଟେ ରାତ୍ର ୨ଟା ୩୦ ମିନିଟ ସମୟରେ ଧକ୍କା ଦେଇଥିଲା । ଫଳରେ ଟ୍ୟାଙ୍କର ଡ୍ରାଇଭର ଗୁରୁ ନାମ ସିଂ (୫୦) ଚାପି ହୋଇ ମୁର୍ମୁଷ ଅବସ୍ଥାରେ ଥିବାବେଳେ ଜୟପୁର ଅଗ୍ନିଶମ ଓ ସଦର ପୋଲିସ, ମିଲ୍କ ୟୁନିୟନ କର୍ମଚାରି ପହଞ୍ଚି ଡ୍ରାଇଭରକୁ ଭୋର ୫ଟା ୩୦ ମିନିଟ ସମୟରେ ଉଦ୍ଧାର କରିଥିଲେ । ଟ୍ୟାଙ୍କର ଉମରକୋଟରୁ ୨୦ ହଜାର ଲିଟର ଦୁଗ୍ଧ ଧରି ଜୟପୁର ଆସୁଥିବା ବେଳେ ଆମ୍ଭାଗୁଡା ଶିତଳ ଭଣ୍ଡାର ନିକଟରେ ଦୁର୍ଘଟଣା ଘଟିଥିଲା । ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ ଅବସ୍ଥା ଗୁରୁତର ଥିବାରୁ କୋରାପୁଟ ସ୍ଥିତ ଶହଦି ଲକ୍ଷ୍ମଣ ନାୟକ ମେଡିକାଲ କଲେଜଙ୍କୁ ସ୍ଥାନାନ୍ତର କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି