ବିମାନ ଦୁର୍ଘଟଣାରେ ମୃତକଙ୍କ ଉଦେଶ୍ୟରେ ଶୋକସଭା କଲା କେନ୍ଦୁଝର ନଗର ବିଜେପି
କେନ୍ଦୁଝର, ୧୩ ଜୁନ୍ (ହି.ସ.) - ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ,ଏହି ଦୁର୍ଘଟଣାରେ ମୃତକଙ୍କ ଉଦେଶ୍ୟରେ କେନ୍ଦୁଝର ନଗର ମଣ୍ଡଳ ପକ୍ଷରୁ ଏକ ବିଶେଷ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତିଙ୍କ ପ୍ରତି ସମ୍ମାନ ଜଣାଇ କେନ୍ଦୁଝର ନଗର ସଭାପତି
Air india crash sokasavha


କେନ୍ଦୁଝର, ୧୩ ଜୁନ୍ (ହି.ସ.) - ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ,ଏହି ଦୁର୍ଘଟଣାରେ ମୃତକଙ୍କ ଉଦେଶ୍ୟରେ କେନ୍ଦୁଝର ନଗର ମଣ୍ଡଳ ପକ୍ଷରୁ ଏକ ବିଶେଷ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତିଙ୍କ ପ୍ରତି ସମ୍ମାନ ଜଣାଇ କେନ୍ଦୁଝର ନଗର ସଭାପତି ବିଶ୍ୱଜିତ ତ୍ରିପାଠୀଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ଏହି ବିଶେଷ ଶୋକସଭା ଅନୁଷ୍ଠିତ ହେବା ସହିତ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହି ଦୁର୍ଘଟଣା ରେ ଆହତ ତଥା ସଂକଟାପର୍ଣ୍ଣ ବ୍ୟକ୍ତି ମାନଙ୍କ ଆଶୁଆରୋଗ୍ୟ କାମନା ମଧ୍ୟ କରିଥିଲେ ବିଜେପି କାର୍ଯ୍ୟକର୍ତା ମାନେ। ଉକ୍ତ ବିମାନ ଦୁର୍ଘଟଣା ରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବର ବିଜେପି ପ୍ରଭାରୀ ବିଜୟ ରୂପାନୀଙ୍କର ମଧ୍ୟ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ତାଙ୍କର ଏହି ଅକାଳ ମୃତ୍ୟୁ ରେ ମଧ୍ୟ କାର୍ଯ୍ୟକର୍ତା ମାନେ ମଧ୍ୟ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ମୃତକଙ୍କ ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ଶୋକସନ୍ତପ୍ତ ପରିବାରକୁ ଧୈର୍ଯ୍ୟ ଓ ସାହସ ପ୍ରଦାନ ପାଇଁ ଉପସ୍ଥିତ କାର୍ଯ୍ୟକର୍ତା ମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande