28 Jun 2025, 2:52 HRS IST

ଭାରତ-ଚୀନ ବୈଦେଶିକ ସଚିବସ୍ତରୀୟ ଆଲୋଚନାରେ ବାଣିଜ୍ୟିକ ଏବଂ ବେସାମରିକ ଉଡାଣ ବିଷୟରେ ଆଲୋଚନା
ନୁଆଦିଲ୍ଲୀ 13 ଜୁନ (ହି.ସ)- ବୈଦେଶିକ ସଚିବ ବିକ୍ରମ ମିଶ୍ରି ଭାରତ ଗ୍ରସ୍ତରେ ଆସିଥିବା ଚୀନର ଉପବୈଦେଶିକ ମନ୍ତ୍ରୀ ସୁନ ୱେଇଦୋଙ୍ଗଙ୍କୁ କାଲି ନୁଆଦିଲ୍ଲୀରେ ଭେଟିଛନ୍ତି।ଏହି ସମୟରେ ବେସାମରିକ ବିମାନ ଉଡାଣ ପୁନଃଆରମ୍ଭ ହାଇଡ୍ରୋଲାଜିକଲ ତଥ୍ୟ ଆଦାନପ୍ରଦାନ ଏବଂ ବାଣିଜ୍
ଭାରତ-ଚୀନ ବୈଦେଶିକ ସଚିବସ୍ତରୀୟ ଆଲୋଚନାରେ ବାଣିଜ୍ୟିକ ଏବଂ ବେସାମରିକ ଉଡାଣ ବିଷୟରେ ଆଲୋଚନା


ନୁଆଦିଲ୍ଲୀ 13 ଜୁନ (ହି.ସ)- ବୈଦେଶିକ ସଚିବ ବିକ୍ରମ ମିଶ୍ରି ଭାରତ ଗ୍ରସ୍ତରେ ଆସିଥିବା ଚୀନର ଉପବୈଦେଶିକ

ମନ୍ତ୍ରୀ ସୁନ ୱେଇଦୋଙ୍ଗଙ୍କୁ କାଲି

ନୁଆଦିଲ୍ଲୀରେ ଭେଟିଛନ୍ତି।ଏହି ସମୟରେ ବେସାମରିକ ବିମାନ ଉଡାଣ ପୁନଃଆରମ୍ଭ ହାଇଡ୍ରୋଲାଜିକଲ

ତଥ୍ୟ ଆଦାନପ୍ରଦାନ ଏବଂ ବାଣିଜ୍ୟ ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।ବୈଦେଶିକ

ମନ୍ତ୍ରାଳୟ ଅନୁଯାୟୀ ବୈଠକ ସମୟରେ ଉଭୟପକ୍ଷ 27 ଜାନୁଆରୀ 2025ରେ ବିଜିଙ୍ଗରେ ହୋଇଥିବା ଶେଷ

ବୈଠକ ପରଠାରୁ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ପ୍ରଗତି ସମୀକ୍ଷା କରିଥିଲେ।ଉଭୟ ଦେଶ

ସମ୍ପର୍କରେ ସ୍ଥିରତା ଆଣିବା ଏବଂ ଲୋକକେନ୍ଦ୍ରିକ ପଦକ୍ଷେପ ମାଧ୍ୟମରେ ବିଶ୍ୱାସ ଫେରାଇ ଆଣିବା

ପାଇଁ ସହମତ ହୋଇଥିଲେ।ବୈଦେଶିକ ସଚିବ କୈଳାଶ ମାନସରୋବର

ଯାତ୍ରା ପୁନଃଆରମ୍ଭ କରିବାରେ ଚୀନର ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ।ସେ ଅପ୍ରେଲ

2025ରେ ଟ୍ରାନ୍ସ-ବର୍ଡର ରିୱର କୋଅପରେସନ ବୈଠକକୁ ଉଦ୍ଧୃତ କରି ଆଶା ପ୍ରକାଶ କରିଥିଲେ ଯେ

ହାଇଡ୍ରୋଲୋଜିକଲ ତଥ୍ୟ ପ୍ରସଙ୍ଗରେ ଏବଂ

ଅନ୍ୟାନ୍ୟ ପ୍ରସଙ୍ଗରେ ଖୁବଶୀଘ୍ର ଅଗ୍ରଗତି ହେବ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande