ଜୟପୁର, ୧୩ ଜୁନ୍ (ହି.ସ.)- ଜୟପୁର ପୌରପାଳିକା ପୌରପାଳିକା ଜାଗାରେ ଅସ୍ଥାୟୀ ଭାଡିକୁ ଉଛେଦ କରିଛି । ଜୟପୁର ପୁରୁଣାଗଡ ଓ ଗାନ୍ଧୀ ଛକ କେନାଲ ରୋଡ ଠାରୁ ପାରାବେଢା ରାସ୍ତାରେ ଥିବା ଭାଡିକୁ ଉଛେଦ କରାଯାଇଛି । ଉଛେଦ କରିବା ପାଇଁ ଆଗରୁ ପୌରପାଳିକା ତରଫରୁ ସୂଚନା ପ୍ରଦାନ କରାଯାଇଥିଲା । ଉପ ଜିଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରି ଆକା ବରମ ଶଶ୍ୟା ରେଡ୍ଡିଙ୍କ ନିର୍ଦ୍ଦେଶ କ୍ରମେ ଉଛେଦ କରାଯାଇଛି । ରାସ୍ତାକଡରେ ଥିବା ୩୧ଟି ଭାଡିକୁ ଉଛେଦ କରାଯାଇଛି ।
ଉଛେଦ ସମୟରେ ଆସିଷ୍ଟାଣ୍ଡ କଲେକ୍ଟର ସନିଆ ନାୟକ, ରାଜସ୍ୱ ସୁପରଭାଇଜର ହରିହର ଶତପଥି, ଅମିନ ଶୁଭସ୍ମିତା ଜେନା. ଅଭିନାଶ ସାନ୍ତ୍ରାପାତ୍ର, ପୌର କର୍ମଚାରି ଭୁବନି ହଲବା, ସତ୍ୟ ନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଜେସିବି ଦ୍ୱାରା ଉଛେଦ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି