ଭୁବନ, ୧୩ ଜୁନ୍ (ହି.ସ.) - ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ - କଣପାଳ ପଂଚାୟତର ସ୍ୱପ୍ନେଶ୍ୱର ମନ୍ଦିର ପରିସରରେ ମୀରାବାଈ କଳା ବିକାଶ କେନ୍ଦ୍ର ଆନୁକୁଲ୍ୟରେ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ରଜ ମହକ ଅନୁଷ୍ଠିତ ହୋଇଯାଇଛି । କଳା ବିକାଶ କେନ୍ଦ୍ର ସମ୍ପାଦକ ଭଗବାନ ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ଦୌରାଜଜ୍ ଭିକାରୀ ଚରଣ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ଯେ,ଭୁବନ ହେଉଛି କଳା,ସାହିତ୍ୟ,ସଂସ୍କୃତି ର ଗନ୍ତାଘର । ମୀରାବାଈ କଳା ବିକାଶ କେନ୍ଦ୍ର ଜରିଆରେ ଅନେକ କଳାକାର ତିଆରି କରି ଭୁବନ କୁ ଗୌରବାନ୍ୱିତ କରିଥିବାରୁ ସମ୍ପାଦକ ଭଗବାନ ଗୁରୁଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ମହୁଲପାଳ ସରପଂଚ ଲିପ୍ସା ରାଉତ,ଚିତ୍ରଶିଳ୍ପୀ ନାରାୟଣ ସାହୁ ଯୋଗଦେଇଥିଲେ । କବି ସୁରେନ୍ଦ୍ର କୁମାର ପୃଷ୍ଟି,କବୟିତ୍ରୀ ଉପମା ସାମଲ ସଂଯୋଜନା ରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ କବି ପ୍ରଶାନ୍ତ ଦ୍ୱିବେଦୀ,ହରିହର ସାହୁ,ବିଳାସିନୀ ମିଶ୍ର,ପ୍ରଜ୍ଞା ସାହୁ,ବିଳାସିନୀ ପୃଷ୍ଟି ପ୍ରମୁଖ ବହୁ କବି ସ୍ୱରଚିତ କବିତା ପାଠୋତ୍ସବ କରି ରଜ କୁ ସ୍ୱାଗତ କରିଥିଲେ । ଏହି ଅବସରରେ କଳା ବିକାଶ କେନ୍ଦ୍ର କଳାକାରଙ୍କ ଦ୍ୱାରା ସହିଦ ବୀର ବାଜି ରାଉତ ଗୀତିନାଟ୍ୟ ପରିବେଷଣ ହୋଇଥିଲା । କୁନି କଳାକାର ମାନଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶେଷରେ ଶାନ୍ତନୁ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ସୁଶାନ୍ତ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ