ଫୁଲବାଣୀ ଗାନ୍ଧୀସ୍ମୃତି ଭବନରେ ତିନି ଦିନ ବ୍ୟାପୀ ରଜ ମହୋତ୍ସବ କାର୍ଯ୍ୟକ୍ରମ ଉଦଘାଟିତ
Raja Mahotchaba news and photo from Phulbani
ଫୋଟ


କନ୍ଧମାଳ, ୧୩ ଜୁନ୍ (ହି.ସ.)- ଶୁକ୍ରବାର ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନ ଠାରେ ଜୁନ ୧୩ରୁ ୧୫ ତାରିଖ ଯାଏ ଦୀର୍ଘ ତିନି ଦିନ ବ୍ୟାପୀ କନ୍ଧମାଳ ରଜ ମହୋତ୍ସବ ୨୦୨୫ ଉଦଘାଟିତ ହୋଇଛି l ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ସନ୍ତଷ କୁମାର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରଜ ମହୋତ୍ସବ ପରିଚାଳନା କମିଟି ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ, କାର୍ଯ୍ୟ କାରୀ ଅଧ୍ୟକ୍ଷ ରାଧାମୋହନ ମହାପାତ୍ର, ଉପସଭାପତି ମହମ୍ମଦ ଚିସ୍ତୀ, ବରିଷ୍ଠ ସାମ୍ୱାଦିକ ସନ୍ତୋଷ ଦିଗାଲ, ସମାଜସେବୀ ତଥା କୋଷାଧ୍ୟକ୍ଷ ପ୍ରଶନ୍ନ କୁମାର ସ୍ୱାଇଁ, ଦିଲ୍ଲୀପ ମହାପାତ୍ର , ନୀଳ ମାଧବ ମିଶ୍ର, ଶୁଭ ଲକ୍ଷ୍ମୀ, ଅନିତା ପଟ୍ଟନାୟକ, ମୁଷ୍କlନ୍ ସୁଆର ପ୍ରମୁଖ ଉପସ୍ଥିତ ଥିଲେ l

ପରେ ୭ରୁ ୧୫ ବର୍ଷ ମଧ୍ୟରେ ନୃତ୍ୟ ଓ ଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ସଙ୍ଗୀତ ପ୍ରତିଯୋଗୀତାରେ ବିଚାରକ ଭାବେ ଏ ଆଇ ଆର କଣ୍ଠଶିଳ୍ପୀ ତନୁଜା ମହାନ୍ତି, ଅସିତ୍ ନନ୍ଦ, ରମାକାନ୍ତ ମାଝୀ ଦାୟିତ୍ଵ ନିର୍ବାହ କରିଥିବା ବେଳେ ନୃତ୍ୟ ପ୍ରତିଯୋଗୀତାରେ ରଞ୍ଜିତ ମୁଖୀ, ସୁଜିତ, ନିହରୀକା ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ l

ପହିଲି ରଜରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନଟରାଜ କଳା ମନ୍ଦିର ନୃତ୍ୟ ପରିବେଷଣ କରିଥିଲେ l ଆସନ୍ତା କାଲି ୧୪ ତାରିଖ ଦିନ ସକାଳ ଦଶଟାରୁ ରଜ କୁଇନ୍ ଓ ମିସେସ୍ କନ୍ଧମାଳ ପ୍ରତିଯୋଗୀତା ଓ ୧୫ତାରିଖରେ ମହିଳl ମlନଙ୍କ ମଧ୍ୟରେ ସକାଳ ୧୦ଟା ରୁ ପିଠା ଓ ମିଠା ପ୍ରତିଯୋଗୀତା ହେବ l ସମସ୍ତ ବିଜେତା ମାନଙ୍କୁ ୧୫ ତାରିଖ ସନ୍ଧ୍ୟାରେ ମାନ ପତ୍ର ଓ ଟ୍ରଫି ପ୍ରଦାନ କରାଯିବ l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande