ଜୟପୁର, ୧୩ ଜୁନ୍ (ହି.ସ.)- କୋରାପୁଟ ରେଳଷ୍ଟେସନକୁ ଟ୍ରେନ ଯାଉ ନାହିଁ, ରେଳ ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । କୋରାପୁଟ ପରିବର୍ତ୍ତେ କିଛି ଦିନ ସକାଶେ ମାନବର ରେଳ ଷ୍ଟେସନରେ ଟ୍ରେନ ଗୁଡ଼ିକ ରହଣୀ କରୁଛି । କୋରାପୁଟ ଷ୍ଟେସନ ଠାରୁ ମାନବର ଷ୍ଟେସନକୁ ଯିବାକୁ ହେଲେ ପ୍ରାୟ ୫ କି.ମି. ଦୂରତା ରହୁଛି । ଏଣୁ ଯାତ୍ରୀମାନଙ୍କ ସୁବିଧା ସକାଶେ ରେଳ ବିଭାଗ ପକ୍ଷରୁ ମାଗଣା ବସ ସେବାର ବ୍ୟବସ୍ଥା କରାଯାଇଛି । କେବଳ ଟିକେଟ କରିଥିବା ଯାତ୍ରୀ ମାନଙ୍କୁ ହିଁ ଏହି ମାଗଣା ବସ ପରିବହନ ସୁବିଧା ମିଳିପାରିବ । ଯେଉଁ ଯାତ୍ରୀମାନଙ୍କ ଟିକେଟ ଥିବ ସେହି ଯାତ୍ରୀ ମାନଙ୍କୁ ହିଁ ମାନବର ଷ୍ଟେସନ ପର୍ଯ୍ୟନ୍ତ ମାଗଣାରେ ବସ ସେବା ମିଳିପାରିବ । ଟିକେଟ ନଥିବା ଯାତ୍ରୀଙ୍କୁ ବସ ରେ ଚଢ଼ିବାକୁ ସୁଯୋଗ ମିଳିବ ନାହିଁ ବୋଲି ରେଳ ଷ୍ଟେସନ କତୃପକ୍ଷ ସୂଚନା ଦେଇଛନ୍ତି। ଯେତେଦିନ ପର୍ଯ୍ୟନ୍ତ କୋରାପୁଟ ଷ୍ଟେସନ୍ ପରିବର୍ତ୍ତେ ମାନବର ଷ୍ଟେସନରୁ ଟ୍ରେନ ଚଳାଚଳ କରିବ ସେତେଦିନ ପର୍ଯ୍ୟନ୍ତ ଯାତ୍ରୀଙ୍କ ମାଗଣା ବସ ପରିବହନ ସୁବିଧା ମିଳିବ । କୋରାପୁଟ ରେଳ ଷ୍ଟେସନରୁ ମାନବର୍ କୁ ଯିବା ପାଇଁ ଯାତ୍ରୀ ମାନଙ୍କୁ ଏଣିକି କୌଣସି ଅସୁବିଧା ହେବ ନାହିଁ । ଟିକେଟ କରିଥିବା ସମସ୍ତ ରେଳ ଯାତ୍ରୀ ଏହି ମାଗଣା ବସ ପରିବହନ ସେବାର ସୁବିଧା ନେବା ସକାଶେ କୋରାପୁଟ ଷ୍ଟେସନ୍ କର୍ତ୍ତୃପକ୍ଷ ସଚେତନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି