ଟେବୁଲ ଟପ ଏକ୍ସରସାଇଜ଼ ଏବଂ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ୨୦୨୫ ର ସଫଳ ଆୟୋଜନ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କେନ୍ଦୁଝର, 13 ଜୁନ୍ (ହି.ସ.) କେନ୍ଦୁଝର ଜିଲ୍ଲାରେ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସ୍ୱାନ ହଲଠାରେ ଟେବୁଲ ଟପ ଏକ୍ସରସାଇଜ଼ ଏବଂ ସାମୁହିକ ଅଭ୍ୟାସ ୨୦୨୫ର ସଫଳ ଆୟୋଜନ ନିମନ୍ତେ ଜିଲ୍ଲା
Table top exercise


କେନ୍ଦୁଝର, 13 ଜୁନ୍ (ହି.ସ.)

କେନ୍ଦୁଝର ଜିଲ୍ଲାରେ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସ୍ୱାନ ହଲଠାରେ ଟେବୁଲ ଟପ ଏକ୍ସରସାଇଜ଼ ଏବଂ ସାମୁହିକ ଅଭ୍ୟାସ ୨୦୨୫ର ସଫଳ ଆୟୋଜନ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚଳିତ ମାସ ୧୮ ତାରିଖରେ ଜିଲ୍ଲାସ୍ତରରେ ପୂର୍ବାହ୍ନ ୧୦ ଘଟିକାରୁ ୦୧ ଘଟିକା ଓ ବ୍ଲକସ୍ତରରେ ଅପରାହ୍ନ ୦୨ ଘଟିକାରୁ ସନ୍ଧ୍ୟା ୦୫ଘ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ ହେବ । ବନ୍ୟା ବାତ୍ୟା ବଜ୍ରପାତ ଆଦି ଭଳି ପ୍ରାକୃତିକ ବିପର୍ଯ୍ୟୟ ସୂଚନା ଆସିଲେ ସରକାରୀ ବିଭାଗୀୟ ଅଧିକାରୀ ମାନେ କିଭଳି ପଦକ୍ଷେପ ନେବେ ତାର ପୂର୍ବାଭିନୟ କରାଯିବ । ସମସ୍ତ ସମ୍ପୃକ୍ତ ଅଧିକାରୀ, କର୍ମକର୍ତାମାନେ ’ ବିପର୍ଯ୍ୟୟର ପରିଚାଳନା ନିମନ୍ତେ ପୂର୍ବ, ପରେ ଓ ସେହି ସମୟରେ ସେମାନଙ୍କ ଦାୟିତ୍ୱ ଓ କର୍ତବ୍ୟ କଣ ରହିଛି ତାର ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ଉପସ୍ଥାପନା କରାଯିବ । ତା ୧୯ ରେ ସକାଳ ୦୯ ଘଂଟାରୁ ଜିଲ୍ଲାସ୍ଥିତ ୦୪ଟି ବନ୍ୟା ଆଶ୍ରୟସ୍ଥଳୀ ଠାରେ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ (ମକଡ୍ରିଲ) ଅନୁଷ୍ଠିତ ହେବ । ସାମୁହିକ ଅଭ୍ୟାସ ପୂର୍ବରୁ ଆବଶ୍ୟକ ପ୍ରସ୍ତୁତି କରିବା ନିମନ୍ତେ ବନ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟି ତଥା ସମ୍ପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ତଥା ବ୍ଲକ ସ୍ତରୀୟ ଅନ୍ୟ ସହଯୋଗୀ ସଂସ୍ଥା ମୁଖ୍ୟ, କମ୍ୟୁନିଟି କର୍ମକର୍ତା ପ୍ରମୁଖଙ୍କୁ ପରାମର୍ଶ ଦିଆଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ସମୟରେ ଯେପରି କୌଣସି ପ୍ରକାର ଅଘଟଣ ନହୁଏ ସେଥି ପ୍ରତି ବିଶେଷ ସତର୍କ ତଥା ଅଭ୍ୟାସ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପୂର୍ବରୁ ଫାୟାର ବିଭାଗ ଦ୍ୱାରା ବିପର୍ଯ୍ୟୟ ସମୟରେ ବ୍ୟବହୃତ ସମସ୍ତ ଆନୁସଙ୍ଗିକ ଯନ୍ତ୍ରପାତିର ଉପଯୁକ୍ତ ଯାଂଚ ଏବଂ ପରୀକ୍ଷା ପୂର୍ବକ ସଠିକ ବ୍ୟବହାର ନିମନ୍ତେ ସୁନିଶ୍ଚିତ କରିବାକୁ ନିର୍ଦେଶ ଦେଇଛନ୍ତି । ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ, ଡେପୁଟି କଲେକ୍ଟର ଆପତ୍ତକାଳୀନ ଶ୍ରୀ ଅଭିଳାଷ ପୁରୋହିତ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଇଜାଜ ଇକବାଲ ଉପସ୍ଥିତ ଥିବା ବେଳେ ଜିଲ୍ଲାର ଉପଜିଲ୍ଲାପାଳ, ସମସ୍ତ ବିଡ଼ିଓ, ତହସିଲଦାର,ଅନ୍ୟାନ୍ୟ ସହଯୋଗୀ ସଂସ୍ଥା କର୍ମକର୍ତା, ଆଶ୍ରୟ ସ୍ଥଳୀ ପରିଚାଳନା କର୍ମକର୍ତା, ନିର୍ବାହୀ ଅଧିକାରୀ ଆଭାସୀ ମାଧ୍ୟମରେ ଯୋଗଦାନ କରି ନିଜ ନିଜର ମତାମତ ପ୍ରଦାନ ପୂର୍ବକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ପ୍ରାରମ୍ଭରେ ବୈଠକର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରି ବିଶେଷ ଭାବେ ବିପର୍ଯ୍ୟୟ ପୂର୍ବ, ବିପର୍ଯ୍ୟୟ ସମୟରେ ତଥା ପରବର୍ତୀ ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ଷ୍ଟେକ ହୋଲଡର ଙ୍କ ଦାୟିତ୍ୱ, କର୍ତବ୍ୟ ତଥା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରାଯାଇଥିଲା । ବିପର୍ଯ୍ୟୟରୁ ଜନସାଧାରଣଙ୍କୁ ଯେପରି ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯାଇପାରିବ ସେଥି ନିମନ୍ତେ ବ୍ୟାପକ ଭାବେ ସଚେତନତା ଜାଗରଣ କରିବା, ବିଭିନ୍ନ ସରକାରୀ ବିଭାଗ ନିଜ ବିଭାଗୀୟ ଦାୟିତ୍ୱ ଓ କର୍ତବ୍ୟର ଅନୁପାଳନକୁ ସୁନିଶ୍ଚିତ କରିବା, ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ କରିବା,ଜିଲ୍ଲା ସ୍ଥିତ ବିଭିନ୍ନ ନଦୀ ନାଳର ଆଡି ବନ୍ଧ ସ୍ଥିତିର ସୂନିଶ୍ଚିତ କରିବା, ଆଶ୍ରୟସ୍ଥଳୀ ପରିଚାଳନା, ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ଆବଶ୍ୟକ ପଦକ୍ଷେପ, ସ୍ଥାନାନ୍ତରଣ ତଥା ପ୍ରାଥମିକ ଚିକିତ୍ସା ପ୍ରଭୁତି ବିଷୟରେ ସୁପରିଚିତ କରାଇବା ସାମୁହିକ ଅଭ୍ୟାସର ମୂଳ ଉଦେଶ୍ୟ ରହିଥିବା ସୂଚନା ପ୍ରଦାନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande