ଭୁବନେଶ୍ୱର, 13 ଜୁନ୍ (ହି.ସ.)
- ବିଜେପିର ବର୍ଷେ
ଶାସନ ଭିତରେ ଅହେତୁକ ଭାବେ ବଢିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରଦାମ । ସରକାର ଆଳୁ ଯୋଗାଇବାରେ
ମଧ୍ୟ ଫେଲ ହୋଇଛନ୍ତି । ତେଣୁ ସାଧାରଣ ଜନତାଙ୍କର ସରକାରଙ୍କ ଉପରେ ଚାପ ଅଛି । ସେଥିପାଇଁ ଏଭଳି
ଯୋଜନା ଘୋଷଣା କରିବାକୁ ସରକାର ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ସାରଦା
ପ୍ରସନ୍ନ ଜେନା। ଖାଉଟିଙ୍କୁ ବୁଝାଇବା ପାଇଁ ସରକାର ଏଭଳି ଆଇ ୱାସିଂ କାର୍ଯ୍ୟକ୍ରମ କରୁଛନ୍ତି ।
ଦରଦାମ ବୃଦ୍ଧି ଯୋଗୁଁ ଦେଖା ଦେଉଥିବା ଜନ ଅସନ୍ତୋଷ ଯୋଗୁଁ ସରକାର ଏ ସବୁ କାର୍ଯ୍ୟକ୍ରମ
କରିବାକୁ ବାଧ୍ୟ ହେଉଛନ୍ତି । ମଧ୍ୟବିତ୍ତ ଓ ଗରିବ ଏହି ସରକାର ସମୟରେ ଅଧିକ ଶୋଷିତ ହୋଇଛନ୍ତି
ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା