ଜିଲ୍ଲା ସ୍ତରୀୟ ବିକାଶ ମେଳା - ତୃତୀୟ ସନ୍ଧ୍ୟା
ଖୋର୍ଦ୍ଧା, ୧୪ ଜୁନ୍ (ହି.ସ.) - ଶନିବାର ଜିଲ୍ଲାସ୍ତରୀୟ ବିକାଶ ମେଳା ଓ ପାରମ୍ପାରିକ ଖାଦ୍ୟ ମେଳା ର ତୃତୀୟ ଦିବସ ପାରମ୍ପାରିକ ରଜ ପର୍ବ ଶୁଭାରମ୍ଭ ସନ୍ଧ୍ୟାରେ ସୁନାମଧନ୍ୟ ପାରମ୍ପାରିକ ସାଂସ୍କୃତିକ ଅନୁଷ୍ଠାନ ବିଭୁ ପ୍ରସାଦ ବେହେରା ଓ ସାଥୀ କଳାକାରଙ୍କ ଦ୍ୱାରା ପାଇକ ଆଖଡ଼ା (ପାଇକ ବିଦ୍ରୋହ ସ୍ମୃତି)
ବିକାଶ ମେଳା


ଖୋର୍ଦ୍ଧା, ୧୪ ଜୁନ୍ (ହି.ସ.) - ଶନିବାର ଜିଲ୍ଲାସ୍ତରୀୟ ବିକାଶ ମେଳା ଓ ପାରମ୍ପାରିକ ଖାଦ୍ୟ ମେଳା ର ତୃତୀୟ ଦିବସ ପାରମ୍ପାରିକ ରଜ ପର୍ବ ଶୁଭାରମ୍ଭ ସନ୍ଧ୍ୟାରେ ସୁନାମଧନ୍ୟ ପାରମ୍ପାରିକ ସାଂସ୍କୃତିକ ଅନୁଷ୍ଠାନ ବିଭୁ ପ୍ରସାଦ ବେହେରା ଓ ସାଥୀ କଳାକାରଙ୍କ ଦ୍ୱାରା ପାଇକ ଆଖଡ଼ା (ପାଇକ ବିଦ୍ରୋହ ସ୍ମୃତି) ସମର କଳା ପରିବେଷଣ ଏବଂ ବିଶିଷ୍ଟ ସଙ୍ଗୀତ ବିଶାରଦ ଜଳଧର ପ୍ରଧାନ ଓ ସାଥୀ କଳାକାରଙ୍କ ଦ୍ୱାରା ପୁରୁଣା ଓଡ଼ିଆ କାଳଜୟୀ ସୂ ମଧୁର ଚଳଚ୍ଚିତ୍ର ସଙ୍ଗୀତ ପରିବେଷଣ କରାଯାଇଥିଲା । ସେହିପରି ଓଡ଼ିଆ ଅସ୍ମିତାର ପରିଚୟ ତଥା ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ପୁରୁଣା ଚିତାକର୍ଷକ ସାମାଜିକ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ଏହି ଚଳଚ୍ଚିତ୍ରରେ ଓଡ଼ିଆ ଅସ୍ମିତା ର କିମ୍ବଦନ୍ତୀ ଏକାର୍ଣବର୍ତି ପରିବାରର ମହତ୍ୱ, ପିତାମାତା ଜନ୍ମଦାତ୍ରୀଙ୍କୁ ସମ୍ମାନ ପ୍ରଦର୍ଶନ, ସେମାନଙ୍କ ସ୍ୱପ୍ନକୁ ସାକାର କରିବା, ଭାଇ, ଭାଇ, ଭାଇ ଓ ଭଉଣୀ ମଧ୍ୟରେ ସ୍ନେହଁ ଶ୍ରଦ୍ଧା ଅତୁଟ ବନ୍ଧନ, ଏକତା ହିଁ ବଳ ଅନେକ ସୂଚନା ଧର୍ମି ଏହି ଚଳଚ୍ଚିତ୍ରକୁ ଦର୍ଶକ ମାନେ ମନଭରି ଉପଭୋଗ କରିଥିଲେ । ଆଧୁନିକ ସଭ୍ୟତାରେ ଲୋକମାନେ କେତେକାଂଶରେ ବିପଥ ଗାମୀ ହେଉଥିବାବେଳେ ଏଭଳି ଚଳଚ୍ଚିତ୍ର ପ୍ରଦର୍ଶନ ସେମାନଙ୍କୁ ସଠିକ୍ ମାର୍ଗର ଦିଗଦର୍ଶନ ଦେବ ବୋଲି ମତ ପ୍ରକାଶ ପାଇଛି । ସେହିପରି ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ଷ୍ଟଲ ରେ ଦର୍ଶକ ମାନଙ୍କ ଦ୍ୱାରା ଖାଦ୍ୟ ଖିଆଯିବାର ଦେଖାଯାଇଥିଲା । ଓର୍ମାସ୍ ତରଫରୁ ବିଭିନ୍ନ ବିଭାଗୀୟ ୩୦ ଗୋଟି ଷ୍ଟଲ୍ ରେ ନୂତନ ସରକାରଙ୍କ ବର୍ଷ ଏକ ଉପଲବ୍ଧି ଅନେକ ର ସଫଳତା ପ୍ରଦର୍ଶନ କରାଯାଇ ଅଛି । ଆଜିର ସନ୍ଧ୍ୟା କାର୍ଯ୍ୟକ୍ରମରେ ଓର୍ମାଷ କର୍ମକର୍ତା ହିମାଂଶୁ ପଟ୍ଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିବା ବେଳେ ବହୁ ସଂଖ୍ୟାରେ ଦର୍ଶକ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ରାକେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande