ନୂଆଦିଲ୍ଲୀ, 14 ଜୁନ୍ (ହି.ସ.)- ଭାରତୀୟ ମହାକାଶ ଯାତ୍ରୀ ଶୁଭାଂଶୁ ଶୁକ୍ଲା ଓ ତିନି ଜଣ ଅନ୍ୟ ମହାକାଶ
ଯାତ୍ରୀଙ୍କୁ ନେଇ ଇଣ୍ଟରନ୍ୟାସନାଲ୍ ସ୍ପେସ୍ ସ୍ଟେସନ୍ ଯାଉଥିବା ବହୁପ୍ରତୀକ୍ଷିତ ଆକ୍ସିଓମ-4 ବ୍ୟବସାୟିକ ମିଶନ
ବର୍ତ୍ତମାନ 19 ଜୁନରେ ଲଞ୍ଚ ହେବ।
ଏହି ମିଶନ୍ ଭାରତ ପାଇଁ ଏକ ଗର୍ବର କ୍ଷଣ ହେବ, କାରଣ ଶୁଭାଂଶୁ ଶୁକ୍ଲା, ରାକେଶ ଶର୍ମା ପରେ ଦ୍ୱିତୀୟ ଭାରତୀୟ ହେବେ, ଯିଏ ଇଣ୍ଟରନ୍ୟାସନାଲ୍
ସ୍ପେସ୍ ସ୍ଟେସନ୍ ଉପରେ ପଦାର୍ପଣ କରିବେ। ଏହା ପୂର୍ବରୁ ଶୁଭାଂଶୁଙ୍କ ଆକ୍ସିଓମ-4 ମିଶନ ଅନେକ
ଥର ବାତିଲ ହୋଇଛି ।
କେନ୍ଦ୍ରୀୟ ବିଜ୍ଞାନ ଓ ପ୍ରଯୁକ୍ତି ରାଜ୍ୟମନ୍ତ୍ରୀ ଡ଼. ଜିତେନ୍ଦ୍ର ସିଂହ ଶନିବାର ଦିନ
ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଯେ ଆକ୍ସିଓମ-4 ମିଶନର ଲଞ୍ଚିଂ ତାରିଖ
ବର୍ତ୍ତମାନ 19 ଜୁନ ପାଇଁ ପୁନଃନିର୍ଧାରିତ ହୋଇଛି।
ସ୍ପେସଏକ୍ସ ଟିମ୍ ନିଶ୍ଚିତ କରିଛି ଯେ, ଲଞ୍ଚିଂକୁ ପୂର୍ବରୁ ସ୍ଥଗିତ କରିଥିବାର ସମସ୍ତ ବିଷୟର ସଠିକ୍ ସମାଧାନ
କରାଯାଇଛି। ଏହି ମିଶନ୍ ଜୁନ 19 ତାରିଖରେ ଫ୍ଲୋରିଡାର ନାସାରକେନେଡି ସ୍ପେସ୍ ସେଣ୍ଟରରୁ
ଫାଲକନ-9 ରକେଟ୍ ମାଧ୍ୟମରେ ଉଡ଼ାଣ
ଭରିବ।
ଏହି ମିଶନ ଭାରତର ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଷ୍ଟୋନ
ଅଟେ,
ଯେଉଁଥିରେ
ଭାରତୀୟ ବାୟୁ ସେନାର ଗ୍ରୁପ କ୍ୟାପଟେନ ଓ ମହାକାଶ ଯାତ୍ରୀ ଶୁଭାଂଶୁ ଶୁକ୍ଲା ଏକ ଆନ୍ତର୍ଜାତୀୟ
ଦଳର ଅଂଶ ଭାବରେ ଅନ୍ତର୍ଭୁକ୍ତ ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା