ସମ୍ବଲପୁର, ୧୫ ଜୁନ୍ (ହି.ସ.)
ସମ୍ବଲପୁର ଜିଲ୍ଲା ବାମରା ବନ୍ୟାପ୍ରାଣୀ ବନଖଣ୍ଡ ଜମନକିରା ରେଞ୍ଜ ଭୋଜପୁର କାର୍ଯ୍ୟାଳୟ ରେ ଢେଙ୍କାନାଳ ଡିଭିଜନର ବନରକ୍ଷୀ ସ୍ବର୍ଗତ ପ୍ରହଲ୍ଲାଦ ପଧାନ ଙ୍କ ହତ୍ୟାକୁ ନେଇ କାର୍ଯ୍ୟାଳୟର ବନରକ୍ଷୀ ହେମନ୍ତ କୁମାର ମିଶ୍ର, ଶିଶିର ସାମଲ, ଦେବରାଜ ଗୁଞ୍ଜୁ ଏବଂ ସମସ୍ତ ବନ କର୍ମଚାରୀ କଳାବ୍ୟାଚ ପିନ୍ଧି ପ୍ରଦଶନ କରିଛନ୍ତି l
ସୂଚନା ମୁତାବକ ୨୩ ମେ ରାତ୍ରିରେ ଢେଙ୍କାନାଳ ଡିଭିଜନର ବନରକ୍ଷୀ ଶ୍ରୀ ପଧାନ ଙ୍କୁ ଯେଭଳି ଅନ ଡିୟୁଟି ସମୟରେ ହତ୍ୟା କରାଯାଇଥିଲା, ତାକୁ ସଂଘ ନିନ୍ଦା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଆସୁଛି l
ଏହାକୁ ନେଇ ୨୫ ମେ ରବିବାର ୧୧ ଟା ସମୟରେ ଅନୁଗୋଳଠାରେ ଓଡିଶା ଅଣ -ଗାଜେଟେଡ଼ ବନସେବା ସଂଘର ଏକ ଜରୁରୀକାଳୀନ ବୈଠକ ସଭାପତି ଜଗବନ୍ଧୁ ପଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ହଇଥିଲା l ସ୍ବର୍ଗତ ବନରକ୍ଷୀ ପଧାନଙ୍କ ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା ପରେ ସାଧାରଣ ସମ୍ପାଦକ ଦିଲୀପ କୁମାର ମିଶ୍ର ଆଲୋଚନାରେ ଦୀର୍ଘ ୧୫ ବର୍ଷ ଧରି ବିଭାଗର ବ୍ୟବସ୍ଥା ଓ କାର୍ଯ୍ୟଶୈଳୀର ଉନ୍ନତି ପାଇଁ ସଂଘ ଦାବୀ କରିଆସୁଥିଲେ ମଧ୍ୟ ସରକାରଙ୍କ ଉଦାସୀନତା ପାଇଁ ତିନିଗୋଟି ଦାବୀ ଉପସ୍ଥାପନ କରାଯାଇଥିଲା ଏବଂ ଆଗକୁ ଆନ୍ଦୋଳନ ପାଇଁ ସର୍ବସମ୍ମପତିକ୍ରମେ ପ୍ରସ୍ତାବ ଗ୍ରହଣ କରାଗଲା l
ଉଲେଖ କରାଯାଇଥିବା ତିନିଦଫା ଦାବୀ ରେ ସରକାର ଯଦି ୮ ମେ ସୁଦ୍ଧା ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କଲେ ୯ ମେ ସୋମବାର ଠୁ ପ୍ରତ୍ୟୋକ ସର୍କଲ ଜୋନ ତରଫରୁ ହେଡ଼କ୍ଵାଟର, ଜିଲ୍ଲାପାଳଙ୍କ ଜରିଆରୀ ମୁଖ୍ୟମନ୍ତ୍ରୀଙ୍କ ଉଧେଶ୍ୟରେ ମେମୋରେଣ୍ଡମ ପ୍ରଦାନ କରାଯାଇ ସର୍କଲର କାର୍ଯ୍ୟନିର୍ବାହୀ ସଦସ୍ୟମାନେ ୟୁନିଫର୍ମରେ ଥାଇ ଶାନ୍ତିପୂର୍ଣ ଭାବେ ଜିଲ୍ଲାପାଳ ଅଫିସରେ ପ୍ରଦାନ କରଯିବା ନିଷ୍ପତି ନିଆଯାଇଥିଲା l କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ଙ୍କ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଯିବାରୁ ସରକାର ଙ୍କ ଅବହେଳାକୁ ନେଇ ଆଜି ସମସ୍ତ ଆଜି ୧୫ ମେ ଠୁ ଧରି ୨୧ ମେ ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି କରିବେ l
ପ୍ରଥମ ଦାବୀରେ ଫାଷ୍ଟଟ୍ରାକ କୋର୍ଟରେ ସମ୍ପୃକ୍ତ କେସ ବିଚାର କରାଇ ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଉ l
ଦ୍ୱିତୀୟରେ ରାଜ୍ୟ ସରକାର ଏକ ଫରେଷ୍ଟ କମିଶନ ଗଠନ କରି ଓଡିଶା ବନବିଭାଗରେ ସାରାଂଚନା -ପୁନର୍ଗଠନ ସୁରକ୍ଷା ବ୍ୟବସ୍ଥା, କ୍ୟାଡର ପରିମାର୍ଜନ, ନିଯୁକ୍ତି ପ୍ରକ୍ରିୟା ଓ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ସମ୍ୱନ୍ଧେ ବିଚାର କରି ସରକାରଙ୍କୁ ଦୁଇମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଦାବୀ କରାଗଲା l ପଞ୍ଜିକୃତ ସଂଘ କିପରି କମିଶନଙ୍କ ନିକଟରେ ପକ୍ଷ ରଖିବେ ସେ ବ୍ୟବସ୍ଥା ପାଇଁ ଅନୁରୋଧ କରାଗଲା l
ତୃତୀୟରେ ସମସ୍ତ ବନକ୍ଷେତ୍ର ଅଧିକାରୀଙ୍କୁ ଜାତୀୟ ବ୍ୟାଙ୍କ ଜରିଆରେ ପୋଲିସ ଭଳି ସ୍ୟାଲେରୀ ପ୍ୟାକେଜ ଓ ଇନ୍ସୁରାନ୍ସ ପ୍ରଦାନ କରିବାକୁ ଦାବୀ କରାଗଲା l
ଏହାପରେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ, ପଦକ୍ଷେପ ନିଅନଯାଏ ୨୨ ତାରିଖ ଠାରୁ ଦାବୀ ପୂରଣ ପର୍ଯ୍ୟନ୍ତ ସମସ୍ତ ସଭ୍ୟ ସଭ୍ୟମାନେ ସାମୁହିକ ଛୁଟିରେ ରହି ସର୍କଲ ଅଫିସ ଶମ୍ବୁଖରେ ୟୁନିଫର୍ମ ପିନ୍ଧି ଧାରଣା ପ୍ରଦର୍ଶନ କରିବେ ବୋଲି ପ୍ରେସ ନୋଟରେ ଦର୍ଶାଯାଇଛି l
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ