ଭୁବନେଶ୍ୱର, 15 ଜୁନ୍ (ହି.ସ.)- ଆଜି ରଜ
ସଂକ୍ରାନ୍ତି । ରଜପାଇଁ ଗାଁଠୁ ସହର ଉତ୍ସବମୁଖର। ଦୋଳି ଖେଳରେ ମଉଜ କରୁଛନ୍ତି ଝିଅ ବୋହୂ।
ଦ୍ୱିତୀୟ ଦିନରେ ସକାଳୁ ସକାଳୁ ଝିଅମାନେ ନୂଆ ପୋଷାକ ପରିଧାନ କରିଛନ୍ତି । ପିଠା,
ମିଠାରେ ମହକୁଛି ପୁରଠୁ ପଲ୍ଲୀ । ପିଠା ଖାଇ ଦୋଳି
ଖେଳୁଛନ୍ତି ଝିଅମାନେ ।
କୁନି କୁନି ପିଲାମାନେ ପାଦରେ
ଅଳତା ଓ ମଥାରେ କୁଙ୍କୁମ ଲଗାଇ ଦୋଳି ଖେଳ ରଜ ପର୍ବକୁ ଧୁମଧାମରେ ପାଳନ କରୁଛନ୍ତି। ଗାଁଠୁ
ଆରମ୍ଭ କରି ସହରରେ ଦୋଳି ଖେଳର ଆୟୋଜନ କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା