ଡାଇରିଆ ନେଇ ସଚେତନ କରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 16 ଜୁନ୍ (ହି.ସ.) - ଡାଇରିଆ ନେଇ ସଚେତନ କରାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ।ଡାଇରିଆ ନିରାକରଣ ଅଭିଯାନ ଆଜିଠାରୁ ଜୁଲାଇ 31 ଯାଏ ପାଳନ ହେଉଛି । ଏହି ଅବସରରେ ଡାଇରିଆ ଠାରୁ ପିଲାଙ୍କୁ ସୁରକ୍ଷା ଦେବାକୁ ସଚେତନ କରାଯାଇଛି । ଏନେଇ ସୋସିଆଲ ମିଡିଆ
ଡାଇରିଆ ନେଇ ସଚେତନ କରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 16 ଜୁନ୍ (ହି.ସ.)

- ଡାଇରିଆ ନେଇ ସଚେତନ କରାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ

ଡ.ମୁକେଶ ମହାଲିଙ୍ଗ ।ଡାଇରିଆ ନିରାକରଣ ଅଭିଯାନ ଆଜିଠାରୁ ଜୁଲାଇ 31 ଯାଏ ପାଳନ ହେଉଛି । ଏହି

ଅବସରରେ ଡାଇରିଆ ଠାରୁ ପିଲାଙ୍କୁ ସୁରକ୍ଷା ଦେବାକୁ ସଚେତନ କରାଯାଇଛି ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଡାଇରିଆ

ଏକ ସଂକ୍ରାମକ ରୋଗ ଅଟେ। ଏହାର ନିରାକରଣ ଏବଂ ପ୍ରତିକାର ପାଇଁ ସମସ୍ତେ ସଚେତନ ହେବାର ଆବଶ୍ୟକତା

ଅଛି।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସମସ୍ତେ ଯତ୍ନବାନ ହେବା ସହ

ସରକାରଙ୍କ ଦ୍ଵାରା ଦିଆଯାଉଥିବା ସୂଚନା ଏବଂ ପ୍ରତିରୋଧ ବ୍ୟବସ୍ଥାକୁ ଅବଲମ୍ବନ କରନ୍ତୁ। ରୋଗର

ଲକ୍ଷଣ ଦେଖାଗଲେ ଯଥାଶୀଘ୍ର ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande